Home କେନ୍ଦୁଝର ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ସପ୍ତାହନ୍ତ ସର୍ଟଡାଉନ, ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ, ବଜାର ଘାଟ ଶୁନଶାନ

ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ସପ୍ତାହନ୍ତ ସର୍ଟଡାଉନ, ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ, ବଜାର ଘାଟ ଶୁନଶାନ

237

ହାଟଡିହି ୧ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାରେ ଆଜି ସକାଳ ଠାରୁ ପୁଣି ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ସପ୍ତାହନ୍ତ ସର୍ଟଡାଉନ । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହି ସର୍ଟଡାଉନ ଚାଲିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଆଜି ହାଟଡିହି ବ୍ଲକ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ବଜାର ଘାଟ ଶୁନଶାନ ହୋଇ ପଡିଥିଲା । ଏପରିକି ସମସ୍ତ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ହୋଇଯାଇଥିଲା । ଲୋକମାନେ ଏହା ଜାଣି ନପାରି ବସକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । କେତେକ ସ୍ଥାନରେ ସୁଚନା ମିଳିବାରେ ବିଳମ୍ବ ହେବାରୁ ବ୍ୟବସାୟ ପ୍ରତିିଷ୍ଠାନ ଗୁଡିକ ଖୋଲା ରଖିଥିଲେବି ପରବର୍ତ୍ତି ସମୟରେ ଏହାକୁ ବନ୍ଦ କରିଥିଲେ । ସେହିପରି କଚଇ ପନିପରିବା ଚାଷୀ ସେମାନଙ୍କ ବାଡିରୁ ପନିପରିବା ତୋଳାତୋଳି କରି ପରିବା ପତ୍ର ଧରି ଛେନାପଦି ମାର୍କେଟରେ ପହଞ୍ଚିବାପରେ ଯାଇ ସର୍ଟଡାଉନ ସମ୍ପର୍କରେ ଜାଣିବାକୁ ପାଇ ବିକ୍ରିବଟା କରିନପାରି ଫେରିଯାଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.