Home କେନ୍ଦୁଝର ହାଟଡିହି ବ୍ଲକରେ ପୁଣି ଦୁଇ କରୋନା ପଜେଟିଭ ଚିହ୍ନଟ, ୭୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରେ ପୁଣି ଦୁଇ କରୋନା ପଜେଟିଭ ଚିହ୍ନଟ, ୭୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

419

ହାଟଡିହି ୧ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ପୁଣି ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ରେ ପହଞ୍ଚିଛି । ତନ୍ମଧ୍ୟରୁ ୬୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୪ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଥାଇ ଚିକିତ୍ସିତ ହେଉଛନ୍ତି । ଗତକାଲି ଆକ୍ରାନ୍ତ ହୋଇଥିବା ଏହି ଦୁଇଜଣ ଶାଳଣିଆଁ ପଞ୍ଚାୟତର । ଏମାନେ ପୁର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ଔଷଧ ବ୍ୟବସାୟୀଙ୍କ ପରିବାରର ବୋଲି ଜଣାପଡିଛି । ଜଣେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଥିବାବେଳେ ଅନ୍ୟ ଜଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ଆକ୍ରାନ୍ତ ଏହି ଯୁବକ ଦୁଇଜଣ ଷଡଙ୍ଗରେ ଏକ ଔଷଧ ଦୋକାନ ବୁଝାସୁଝା କରୁଥିବାରୁ ସେଠାରେ ସେମାନେ ଅନେକ ଲୋକଙ୍କ ସହିତ ମିଳାମିଶା କରିଥିବାରୁ ଷଡଙ୍ଗ ଗ୍ରାମର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମର ୧୧ଜଣ ବ୍ୟକ୍ତିଙ୍କ ସ୍ୱାବନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯାଇଛି । ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ଏଲକଣିଆଁ ଗ୍ରାମକୁ ବିଶୋଧନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.