Home ଜିଲ୍ଲା ପରିକ୍ରମା ବିଜ୍ଞାନ ମଣିଷ ଗୋକୁଳାନନ୍ଦଙ୍କ ଜନ୍ମ ଶତବାର୍ଷିକୀ

ବିଜ୍ଞାନ ମଣିଷ ଗୋକୁଳାନନ୍ଦଙ୍କ ଜନ୍ମ ଶତବାର୍ଷିକୀ

33

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋକୁଳାନନ୍ଦ ନିତ୍ୟାନନ୍ଦ ମହାପାତ୍ର ଫାଉଣ୍ଡେସନ୍ ତରଫରୁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ବୈଜ୍ଞାନିକ ତଥା ବିଜ୍ଞାନ ଗଳ୍ପ ଓ ଉପନ୍ୟାସ ଲେଖକ ପ୍ରଫେସର ସ୍ୱର୍ଗତ ଗୋକୁଳାନନ୍ଦ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସେ ପାଠ ପଢ଼ିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଆଁଶ ଓ ଜିଲ୍ଲାସ୍କୁଲ୍‌, ଭଦ୍ରକ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାସ୍କୁଲ୍ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକର ମାନ୍ୟବର ବିଧାୟକ ସଞ୍ଜୀବ୍ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ଗୋକୁଳାନନ୍ଦଙ୍କ ପୁତ୍ର ତଥା ଜି.ଏନ୍‌.ଏମ୍ ଫାଉଣ୍ଡେସନ୍‌ର ସଂପାଦକ ଓ ଶତବାର୍ଷିକୀ କମିଟିର ସଭାପତି ପ୍ରଫେସର.ଡ଼ା.ଗିରିଜାନନ୍ଦନ ମହାପାତ୍ର ଓ ବିଦ୍ୟାଳୟ ପ୍ରାକ୍ତନ ଛାତ୍ର ସଂସଦର ସଭାପତି ସୌରେଶ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକ ସଭାରେ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ଅତିଥିଗଣ ଶ୍ରୀଜଗନ୍ନାଥ ଓ ପ୍ରଫେସର ଗୋକୁଳାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହାପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଗୋକୁଳାନନ୍ଦ ଜଣେ ଯୋଗଜନ୍ମା ଓ ତାଙ୍କ ପରି ପ୍ରଜ୍ଞାପୁରୁଷଙ୍କ ପାଇଁ ଭଦ୍ରକ ମାଟି ଗର୍ବିତ ବୋଲି ମୁଖ୍ୟଅତିଥି କହିଥିବା ବେଳେ ବିଜ୍ଞାନ ସାହିତ୍ୟକୁ ଗୋକୁଳାନନ୍ଦଙ୍କ ଅବଦାନ କାଳଜୟୀ ବୋଲି ଅନ୍ୟ ଅତିଥିଗଣ ମତ ଦେଇଥିଲେ।

ଗୋକୁଳାନନ୍ଦଙ୍କ ପୁତ୍ର ପ୍ରଫେସର ମହାପାତ୍ର ନିଜ ପିତାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ହାତଗଢ଼ା ଫାଉଣ୍ଡେସନ୍ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ବିଜ୍ଞାନାଗାର ପ୍ରତିଷ୍ଠା କରି ବିଜ୍ଞାନଶିକ୍ଷାକୁ ଉତ୍କର୍ଷତା ପ୍ରଦାନ କରିବା ନିମନ୍ତେ ଅହରହ ଚେଷ୍ଠା ଜାରୀ ରଖିଛି ବୋଲି କହିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜାତୀୟ ଶିକ୍ଷକ ପୁରସ୍କାରପ୍ରାପ୍ତ ଅଶୋକ କୁମାର ଶତପଥୀ ବିଜ୍ଞାନ ସାହିତ୍ୟକୁ ଗୋକୁଳାନନ୍ଦଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଫାଉଣ୍ଡେସନ୍‌ର ସଂପାଦକ ଶ୍ରୀ ମହାପାତ୍ର ମୁଖ୍ୟ ଅତିଥି ମାନ୍ୟବର ବିଧାୟକଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥି ଓ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଶତପଥିଙ୍କୁ ସ୍ମାରକୀ ଓ ଉପଢ଼ୌକନ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ମାନ୍ୟବର ବିଧାୟକ ଶ୍ରୀ ମହାପାତ୍ରଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରିଥିଲେ। ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଗୋକୁଳାନନ୍ଦ ମହାପାତ୍ର ଜନ୍ମ ଶତବାର୍ଷିକୀ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ବହୁ ପ୍ରାକ୍ତନ ଛାତ୍ର ତଥା ଆଇନଜୀବୀ ଅତିଶ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସରୋଜ ତପନ ଦାଶ, ଇନ୍ଦ୍ରମଣି ପଣ୍ଡା ଓ ସୌମଭ ଦେ’ଙ୍କ ସହ ତ୍ୟାଗଭୂମୀର ସଂପାଦକ ଅଜୟ ନାୟକ, ଆଦିତ୍ୟ ନାୟକ ଓ ଶଙ୍କର୍ଷଣ ମହାନ୍ତି, ଶିକ୍ଷକ ରତିକାନ୍ତ ବେହେରା ଓ ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଗୋକୁଳାନନ୍ଦ ଜୀବନୀ ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଫାଉଣ୍ଡେସନ୍ ପକ୍ଷରୁ ପୁରସ୍କାର ବଣ୍ଟନ କରିଥିଲୋ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପରୱିନ୍ ଅଖତାର, ଉପସଭାପତି ନିହାର ନୂତନ ଦାଶ, ସଦସ୍ୟ ସେଖ୍ ମଜିବୁର ରହେମାନ, ଶିକ୍ଷକ ଶିକ୍ଷୟତ୍ରୀ ମନୋଜ କୁମାର ରାୟ, ସମରେନ୍ଦ୍ରନାଥ ମିଶ୍ର, ଅକ୍ଷୟ କୁମାର ନାୟକ, ଗିତାରାଣୀ ସ୍ୱାଇଁ ଓ କର୍ମଚାରୀ ଶ୍ରୀକାନ୍ତ କୁମାର ଦାଶ, ଅମରେନ୍ଦ୍ର ରାଉତ, ସ୍ମରଜିତ୍ ମହାନ୍ତି ଓ ନିତ୍ୟାନନ୍ଦ ଜେନା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.