Home ଜିଲ୍ଲା ପରିକ୍ରମା ଆଗରପଡ଼ା ଅଞ୍ଚଳରେ ସେନିଟାଇଜସନ ଦାବୀ, କାଦବରାଙ୍ଗ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ ଦିନ ସଟଡ଼ାଉନ

ଆଗରପଡ଼ା ଅଞ୍ଚଳରେ ସେନିଟାଇଜସନ ଦାବୀ, କାଦବରାଙ୍ଗ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ ଦିନ ସଟଡ଼ାଉନ

24

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଅଞ୍ଚଳରେ ଦ୍ରୁତ ସଂକ୍ରମଣକୁ ଲକ୍ଷ୍ୟ ରଖି ୧୪ ନଂ ଜୋନର ସମସ୍ତ ନିର୍ବାଚିତ ଜନପ୍ରତିନିଧି ଆଗରପଡ଼ା ବଜାର ସମେତ ୭ ଗୋଟି ପଞ୍ଚାୟତକୁ ଆସନ୍ତା ସୋମବାର, ମଙ୍ଗଳବାର, ବୁଧବାର ୩ ଦିନ ନିମନ୍ତେ ସଟଡ଼ାଉନ ଘୋଷଣା କରିଛନ୍ତି । କାଦବରାଙ୍ଗ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜର କରୋନା ସଂକ୍ରମିତ ହେବା ପରେ ଆସନ୍ତା ସୋମବାର ଓ ମଙ୍ଗଳବାର ବ୍ୟାଙ୍କକୁ ସଟଡ଼ାଉନ ଘୋଷଣା କରାଯାଇଛି । ତେବେ ଖାଲି ସଟଡ଼ାଉନ କରିବା ଦ୍ୱାରା କିଛି ପରିମାଣରେ ସଂକ୍ରମଣକୁ ରୋକ ଲଗାଯାଇ ପାରେ ମାତ୍ର ଏ ଅଂଚଳକୁ ଜୀବାଣୁ ମୁକ୍ତ କରିବା ପାଇଁ ସେନିଟାଇଜେସନର ଆବଶ୍ୟକତା ଦେଖା ଦେଉଛି । କରୋନାର ପ୍ରଥମ ଲହରରେ ଯେଉଁଠି ବି କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ ସେହି ସ୍ଥାନକୁ ସାନିଟାଇଜେସନ କରାଯିବା ସହିତ ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିମାନଙ୍କ ଗୃହ ଆଗରେ ନିଷିଦ୍ଧାଞ୍ଚଳ ବୋଲି ଏକ ଲେଖା ଦ୍ୱାରା ସୂଚିତ କରାଯାଉଥିଲା । ୨ୟ ଲହରେ ସେଭଳି ବ୍ୟବସ୍ଥା ହୋଇ ନଥିବାରୁ ଜୀବାଣୁ ନାଶ ହୋଇ ପାରୁ ନାହାନ୍ତି, ଫଳରେ ଅଧିକରୁ ଅଧିକ ସଂକ୍ରମିତ ହେଉଛନ୍ତି । ବିଶେଷ ଭାବେ ବନ୍ତ ବ୍ଲକର ଆଗରପଡ଼ା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କୋଭିଡ଼ ପରୀକ୍ଷଣ ଓ ସରକାରୀ ବାଳିକା ବିଦ୍ୟାଳୟରେ ଟିକାକରଣ କାର୍ଯ୍ୟ ଚାଲୁ ରହିଛି । ସେଠାକୁ ବ୍ଲକ ସମେତ ପଡ଼ୋଶୀ ୨ ଗୋଟି ଜିଲ୍ଲାରୁ ଶହଶହ ସଂଖ୍ୟାରେ ସଂକ୍ରମିତ ଆସିବା ଦ୍ୱାରା ଏହି ୨ ଗୋଟି ସ୍ଥାନ ଗୋଷ୍ଠୀ ସଂକ୍ରମଣର କେନ୍ଦ୍ର ପାଲଟିଛି ।

ଅପରପକ୍ଷେ ଏହି କେନ୍ଦ୍ରକୁ ଆସୁଥିବା ବ୍ୟକ୍ତିମାନେ ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର ନକରିବା, ତଥା କେନ୍ଦ୍ରରେ ବସିବା, ପାଣି ପିଇବା, ଶୌଚ ହେବା ଆଦି ବ୍ୟବସ୍ଥା ନଥିବାରୁ ସେମାନେ ନିକଟସ୍ଥ ଗୃହମାନଙ୍କରେ ଥିବା ସୁବିଧା ସୁଯୋଗକୁ ବ୍ୟବହାର କରିବା ସହିତ ସାଧାରଣ ସ୍ଥାନରେ ପରିସ୍ରା, ଛେପ ଖଙ୍କାର ପକାଇବା ଦ୍ୱାରା ଉକ୍ତ ଅଞ୍ଚଳ ରେ ଜୀବାଣୁ ବହୁତ ରହୁଥିବା ଜଣା ପଡ଼ିଛି । କାରଣ ଏହି କେନ୍ଦ୍ରର ଆଖପାଖରେ ଥିବା ପରିବାର ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବା ଦେଖା ଯାଇଛି । ତେଣୁ ଉକ୍ତ ୨ ଗୋଟି କେନ୍ଦ୍ର ସହିତ ସମଗ୍ର ବଜାର ଅଞ୍ଚଳକୁ ସେନିଟାଇଜ କରିବାର ଆବଶ୍ୟକତା ଦେଖା ଦେଇଛି । ଅପରପକ୍ଷେ ବଜାର ସଂଲଗ୍ନ ଗ୍ରାମ ତଥା ଅଧିକ ସଂକ୍ରମିତ ଥିବା ଗ୍ରାମ ଗୁଡ଼ିକୁ ସେନିଟାଇଜ କରିବା ସହିତ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସେହି ସ୍ଥାନ ଗୁଡ଼ିକରେ ଯିବା ଆସିବା ଉପରେ ରୋକ ଲଗାଇଲେ ସଂକ୍ରମଣକୁ ଆୟତ୍ତ ହୋଇ ପାରନ୍ତା ବୋଲି ଆଲୋଚନା ହେଉଛି । ତେବେ ଆଗରପଡ଼ା ସନ୍ନିକଟ ଭବାନିଗଞ୍ଜ ଗ୍ରାମରେ ସଂକ୍ରମିତ ଅଧିକ ଥିବାରୁ ଉକ୍ତ ଗ୍ରାମ ତରଫରୁ ଗ୍ରାମବାସୀ ନିଜ ଉଦ୍ୟମରେ ବାଉଁଶ ବାନ୍ଧି ଯିବା ଆସିବା ରାସ୍ତାକୁ ବନ୍ଦ ରଖିଛନ୍ତି । ଲକଡ଼ାଉନ ସମୟ ମଧ୍ୟରେ କାଦବରାଙ୍ଗ ଇଣ୍ଡିଆନ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କ, ପୋଷ୍ଟ ଅଫିସ ତଥା ସରକାରୀ ଅଫିସ ଗୁଡ଼ିକ ଖୋଲା ରହୁଥିବାରୁ ଏହିସବୁ ସ୍ଥାନ ସାନିଟାଇଜେସନ କରିବାକୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.