Home ଜିଲ୍ଲା ପରିକ୍ରମା ଆଗରପଡ଼ାରେ ପ୍ରଧାନଶିକ୍ଷକ ନିଲମ୍ବିତ

ଆଗରପଡ଼ାରେ ପ୍ରଧାନଶିକ୍ଷକ ନିଲମ୍ବିତ

46

ଭଦ୍ରକ,୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆଗରପଡ଼ାସ୍ଥିତ ନରିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଷ୍ଣୁପଦ ଜେନା କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଥିବାର ଜଣାପଡ଼ିଛି । ଶ୍ରୀ ଜେନା ଗଣ ଶିକ୍ଷକ ଭାବେ ଚାକିରୀ ଆରମ୍ଭ କରି ଗତ ୨୦୧୭ ମସିହାରେ ନିୟମିତ ଶିକ୍ଷକ ଭାବେ ପଦୋନ୍ନତି ପାଇଥିଲେ ଓ ୨୦୨୦ ମସିହାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ୨୦୨୦-୨୧ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ ବାବଦକୁ ଆସିଥିବା ଅର୍ଥକୁ ବ୍ୟାଙ୍କରୁ ଉଠାଇ ସାରିଥିଲେ ସୁଦ୍ଧା ପୋଷାକ ବଣ୍ଟନ କରି ନଥିଲେ । ସରକାରୀ ସୂଚୀ ଅନୁସାରେ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀମାନଙ୍କୁ ନ ଦେବା ସହ ପାଠପଢାରେ ଅବହେଳା କରିବା ସଂପର୍କରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.