Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ୬ ପଞ୍ଚାୟତରେ ୭,୬୯୩ ସ୍ୱାସ୍ଥ୍ୟକାର୍ଡ ପ୍ରସ୍ତୁତ

ଭଣ୍ଡାରିପୋଖରୀ – ୬ ପଞ୍ଚାୟତରେ ୭,୬୯୩ ସ୍ୱାସ୍ଥ୍ୟକାର୍ଡ ପ୍ରସ୍ତୁତ

21

ଭଦ୍ରକ,୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନେରଡା, ଝୁଟୁଣା, ବନ୍ଦାଳୋ-ମଢିଆଳି, ନାଆମୀ, ରାଜେନ୍ଦ୍ରପୁର ଓ ତେସିଙ୍ଗା ଆଦି ଛଅ ପଞ୍ଚାୟତର ୭,୬୯୩ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାଡ ଆଜି ବିତରଣ କରାଯିବାକୁ ପ୍ରସ୍ତୁତ ହୋଇଛି । ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀଶ ସିଂ ନାୟକ କାର୍ଡ ବିତରଣ ପରିଚାଳନା କରିଥିଲେ । ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ବିଡିଓ ଦେବଦତ୍ତ ଦାଶ, ତହସିଲଦାର ସରୋଜକାନ୍ତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୋଟ ୯୭ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟକାର୍ଡ ବିତରଣ କରିଥିଲେ । ନେରଡା ପଞ୍ଚାୟତରେ ଅନୁଷ୍ଠିତ କାର୍ଡ ବିତରଣ ଉତ୍ସବରେ ସରପଞ୍ଚ ବଦ୍ରୀନାରାୟଣ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦାସ ସଂଯୋଜନା କରିଥିଲେ । ନେରଡା ପଞ୍ଚାୟତରେ ୧୭ଜଣ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟକାର୍ଡ ବିତରଣ କରାଯାଇଥିଲା ।

ଝୁଟୁଣା ପଞ୍ଚାୟତରେ ସରପଞ୍ଚ ସୁବାସିନି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୧୭ଜଣ ହିତାଧିକାରୀଙ୍କୁ କାର୍ଡ ବିତରଣ କରାଯାଇଥିଲା । ବନ୍ଦାଳୋ-ମଢିଆଳି ପଞ୍ଚାୟତରେ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟାମନଙ୍କ ମଧ୍ୟରେ ସରପଞ୍ଚ ପ୍ରମିଳା ସାହୁ, ନାଏବ ସରପଞ୍ଚ ଶୈଳବାଳା ରାଉତ ଓ ସମିତି ସଭ୍ୟ ପ୍ରଦୀପ ଜେନା ଯୋଗଦେଇ ୧୮ଜଣଙ୍କୁ କାର୍ଡ ବିତରଣ କରିଥିଲେ । ନାଆମୀ ପଞ୍ଚାୟତରେ ସରପଞ୍ଚ ସଦାଶିବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୧୬ଜଣଙ୍କୁ କାର୍ଡ ବିତରଣ କରାଯାଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ ପଣ୍ଡା ଉତ୍ôସବ ସଂଯୋଜନା କରିଥିଲେ । ରାଜେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ଲକ୍ଷ୍ମୀପ୍ରିୟଦର୍ଶନୀ ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୧୩ଜଣଙ୍କୁ କାର୍ଡ ବିତରଣ କରାଯାଇଥିଲା । ପିଇଓ ବିକ୍ରମ ସାହୁ ଉତ୍ସବ ସଂଯୋଜନା କରିଥିଲେ । ସନ୍ଧ୍ୟାରେ ତେସିଙ୍ଗା ପଞ୍ଚାୟତରେ ଅନୁଷ୍ଠିତ ଉତ୍ସବରେ ଅନୁରୂପ ଭାବେ ୧୬ଜଣ ହିତାଧିକାରୀଙ୍କୁ କାର୍ଡ ବିତରଣ କରାଯାଇଛି । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡେଇ, ଦୟାନିଧି ପଣ୍ଡା ଓ ପିଇଓ ଅଜିତ କୁମାର ବେହେରା ଯୋଗଦେଇଥିଲେ । ରବିବାର ସରସଦା, କୁରିଗାଁ, ରହଣିଆ, ମାଳଦା, ନପଙ୍ଗ ଓ ଷୋଳମପୁର ପଞ୍ଚାୟତରେ କାର୍ଡ ବିତରଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.