Home ଜିଲ୍ଲା ପରିକ୍ରମା ଶିକ୍ଷକଙ୍କୁ ଶୋଷଣ ଓ ନିର୍ଯ୍ୟାତନା ଅଭିଯୋଗ ଏଡାଇବା ଘଟଣା ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା...

ଶିକ୍ଷକଙ୍କୁ ଶୋଷଣ ଓ ନିର୍ଯ୍ୟାତନା ଅଭିଯୋଗ ଏଡାଇବା ଘଟଣା ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ପାଇଁ ଚେତାବନୀ

73

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତୁଳପଦୀ ସେବାଶ୍ରମ ସ୍କୁଲର ସେବକ ରନ୍ମାକର ହେମ୍ବ୍ରମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଜିଲ୍ଲାପାଳଭ୍‌କୁ ଗୁରୁବାର ସୂଚୀତ କରିଥିବା ଜଣାଯାଇଛି । ଶ୍ରୀ ହେମ୍ବ୍ରମଙ୍କୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ବିଲ କିରାଣୀ ଗଡପାଳ ଶୋଷଣ କରିବା ସହ ଧମକ ଦେବା ଅଭିଯୋଗକୁ ଉପରିସ୍ଥ ଅଧିକାରୀ ଏଡାଇଯିବା ପ୍ରତିବାଦ କରି ଧାରଣା ଦେବେ ବୋଲି ଦର୍ଶାଇଛନ୍ତି । ଏହି ଘଟଣାରେ ସେବକ ସଂଘ ନାମରେ ସେବକ ପଙ୍କଜ ବେହେରା ମଧ୍ୟ ଚାନ୍ଦା ଆଦାୟ କରିବା ସହ ଧମକ ଚମକ ଦେବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଶ୍ରୀ ହେମ୍ବ୍ରମ ଲିଖିତ ଭାବେ ଜଣାଇ ବିଫଳ ହୋଇଥିଲେ ଓ ଓଲଟି ଗାଳି ଶୁଣିଥିଲେ ବୋଲି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତାଧିନ ଅଛି । ମାତ୍ର ଅନ୍ୟ ଅଭିଯୋଗଗୁଡିକୁ ଏଡାଇ ଦିଆଯାଇଛି । ଏହା ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବେ ବୋଲି ଜିଲ୍ଲାପାଳଭ୍‌କୁ ଶ୍ରୀ ହେମ୍ବ୍ରମ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.