Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ

ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ

17

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତ ଗୋକୁଳାନନ୍ଦ ପାଢୀଙ୍କର ୯୨ ବର୍ଷ ବୟସରେ ଗତକାଲି ରାତିରେ ପରଲୋକ ଘଟିଛି । ସ୍ୱର୍ଗତଃ ଗୋକୁଳାନନ୍ଦ ଜେଣ ଜ୍ଞାନୀ ଗୁଣୀ, ନିଷ୍କପଟ, ସରଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବାବେଳେ ଦୀର୍ଘ ୮୦ ବର୍ଷ ଧରି ମଣିବାବାଙ୍କର ଦୈନନ୍ଦିନ ପହିଲି ସେବାପୂଜା କରିଥାନ୍ତି । ଏଥିସହ ମଣିବାବାଙ୍କ ବଡସିଂହାର ବେଶ, ମହାଦୀପ ପ୍ରସ୍ତୁତ, ହରଗୌରୀ ବେଶ, ସୁନାବେଶ, ରାଜ ରାଜେଶ୍ୱର ବେଶ, ଚନ୍ଦନ ଯାତ୍ରା, ଶିବ ବିବାହ, ଝୁଲଣ ଯାତ୍ରା ଭଳି ସେବା ଯୋଗାଇଥାନ୍ତି । ସେ ଜଣେ ମାଟି କାରିଗର ଭାବେ ବେଶ୍ ପରିଚିତ । କାଦୁଅ ମାଟିରେ ବିଭିନ୍ନ ମୂର୍ତ୍ତି ଗଢିବା ସହ ରଙ୍ଗ ତୂଳୀରେ ସେ ଜୀବନ ଦେଇଥାନ୍ତି । ବୟସର ଅପରାହ୍ନ ଯାଏ ନିଜକୁ ସମସ୍ତ କ୍ଷେତ୍ରରେ ସେବକ ଭାବେ ଯୋଗଦାନ କରି ସେ ପରଲୋକ ଗମନ କରିଛନ୍ତି । ତାଙ୍କର ମୃତ୍ୟୁକୁ ନେଇ ଆରଡି ପୀଠ ସମେତ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଏଥିନିମିତ୍ତ ସ୍ୱତନ୍ତ୍ର ଭାବେ ଶୋକ ପ୍ରକାଶ କରାଯାଇଥିବାବେଳେ ସେବାୟତମାନଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଶୋକବ୍ୟକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.