Home କଳାହାଣ୍ଡି କଲେଜକୁ ବଦନାମ କରିବାକୁ ଚକ୍ରାନ୍ତ ଅଭିଯୋଗ

କଲେଜକୁ ବଦନାମ କରିବାକୁ ଚକ୍ରାନ୍ତ ଅଭିଯୋଗ

48

ହାଟଡ଼ିହି-୧୬ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ବଉଳା ଯୁକ୍ତ୩ କଲେଜକୁ ବଦନାମ କରିବାକୁ କିଛି ବ୍ୟକ୍ତି ଉଦ୍ୟମ କରୁଥିବା କଲେଜର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ଅଧ୍ୟକ୍ଷଙ୍କ କହିବାନୁଯାଇ କଲେଜରେ ଥିବା ଏକ ଗଛକୁ ପୋକ ମାରିଦେଇଥିବାରୁ ତାହା ମରିଯାଇଥିଲା । ଏନେଇ କଲେଜରେ ବୈଠକ କରାଯାଇ ପରିଚାଳନା କମିଟିର ରେଜୁଲେସନ ବଳରେ ସେ ଶୁଖିଲା ଗଛଟିକୁ କାଟି ଦେଇ କଲେଜର ଚେୟାର, ଟେବୁଲ ନିର୍ମାଣ ପାଇଁ ବ୍ୟବସ୍ଥା କରୁଥିଲେ । ଏପରିକି କଲେଜ ତରଫରୁ ଜଂଗଲ ବିଭାଗଙ୍କ ନିକଟରୁ ଅନୁମତି ଆଣିବାକୁ ଚିଠି ଲେଖା ଯାଇଥିଲେ ମଧ୍ୟ ଅନୁମତି ଅଣାଯାଇ ପାରିନଥିଲା । ଗଛ କାଟି ପଟ୍ଟା କରିବା ସମୟରେ ଗ୍ରାମବାସୀଙ୍କ ନିକଟରୁ ଅଭିଯୋଗ ପାଇ ବନବିଭାଗ ପକ୍ଷରୁ ସମସ୍ତ କାଠକୁ ଜବଦ କରାଯାଇଥିଲା । କିନ୍ତୁ କିଛି ବ୍ୟକ୍ତି ଏହାକୁନେଇ ଅଧ୍ୟକ୍ଷ ଓ ଅଧ୍ୟାପକ ମାନଙ୍କ ସହିତ ନିୟମିତ ଝଗଡା କରୁଛନ୍ତି ଯାହାଦ୍ୱାରାକି କଲେଜରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.