Home କେନ୍ଦୁଝର ବିଇଓ ଦାୟିତ୍ୱ ହସ୍ତାନ୍ତର ହେଉନି, ଶିକ୍ଷକଙ୍କ ମହଲରେ ଅସନ୍ତୋଷ

ବିଇଓ ଦାୟିତ୍ୱ ହସ୍ତାନ୍ତର ହେଉନି, ଶିକ୍ଷକଙ୍କ ମହଲରେ ଅସନ୍ତୋଷ

46

ହାଟଡିହି, ୭ । ୯: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଦାୟିତ୍ୱ ହସ୍ତାନ୍ତର ହେଉ ନଥିବାରୁ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଯାହାକୁନେଇ କିଛି ଶିକ୍ଷକଙ୍କ ମହଲରେ ତୀବ୍ର ଅସନ୍ତୋେ ଦେଖା ଦେଇଛି । ଶିକ୍ଷକଙ୍କ ଅଭିଯୋଗ ଅନୁଯାଇ ଯେ ଗତ ୩୧ତାରିଖରୁ ବିଇଓ ସୁରଥ କୁମାର ସାହୁ କାର୍ଯ୍ୟରୁ ଅବସର ନେଇ ସାରିଛନ୍ତି । ନିୟମାନୁଯାଇ ସେହିଦିନ ସେ ଉକ୍ତ କାର୍ଯ୍ୟାଳୟର ବରିଷ୍ଠ ଏବିଇଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଯିବା କଥା । କିନ୍ତୁ ତାହା ନହେବାରୁ ଏହାର ତିନିଦିନ ପରେ ବ୍ଲକର ଏବିଇଓ ଧନେଶ୍ୱର ଖଣ୍ଡେଇ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ଚିଠିନଂ ୧୩୮୨୫ ତା ୩/୯/୨୦୨୧ରେ ଅବସରପ୍ରାପ୍ତ ବିଇଓ ସୁରଥ କୁମାର ସାହୁଙ୍କୁ ତୁରନ୍ତ କାର୍ଯ୍ୟାଳୟର ବରିଷ୍ଠ ଏବିଇଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ପୁର୍ବତନ ବିଇଓ ସୁରଥ କୁମାର ସାହୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଆସିଥିବାବେଳେ କିଏ ବରିଷ୍ଠ ବିଇଓ ତାହାକୁ ନେଇ ବିବାଦ ଦେଖା ଦେଇଥିଲା । ଫଳରେ ସେ ଦାୟିତ୍ୱ ହସ୍ତାନ୍ତର ନକରି ପଳାଇ ଯାଇଥିଲେ । ଏହାଦ୍ୱାରା ୭ଦିନ ହେଲା କାର୍ଯ୍ୟାଳୟଟି ମୁରବୀଶୁନ୍ୟ ହୋଇ ପଡିଥିବାରୁ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଅଫିସକୁ ଆସି ନିରାଶରେ ଫେରୁଛନ୍ତି । ଆଜି ଶିକ୍ଷକ ପ୍ରଫୁଲ କୁମାର ଜେନା, ବିନୋଦ କୁମାର ବ୍ରହ୍ମ, ଅଭୟ କୁମାର ଜେନା ପ୍ରମୁଖ ତାଙ୍କର ଜରୁରୀ କାମପାଇଁ କାର୍ଯ୍ୟାଳୟକୁ ଆସିଥିବାବେଳେ କୌଣସି ବିଇଓ ନିଯୁକ୍ତ ନଥିବାରୁ ନିରାଶରେ ଫେରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ପୁର୍ବତନ ବିଇଓ ସୁରଥ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏବିଇଓ ସୁରେଶ କୁମାର ଜେନାଙ୍କୁ ମୁଁ ଦାୟିତ୍ୱ ହସ୍ତାନ୍ତର କରିସାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.