Home Top News କପିଲ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି, ପ୍ରଶଂସକଙ୍କର ଅଭିନନ୍ଦନର ସୁଅ

କପିଲ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି, ପ୍ରଶଂସକଙ୍କର ଅଭିନନ୍ଦନର ସୁଅ

163

ମୁମ୍ବାଇ ୨୮-୧ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) : ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ସୋ ପାଇଁ ବେଶ୍ ଖବରରେ ରହିଥାନ୍ତି। ଖବର ଅନୁଯାୟୀ, କପିଲଙ୍କ ଶୋ ଖୁବ ଶୀଘ୍ର ଅପ୍ ଏୟାର ହେବା ଯାଉଛି। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥି ସହ କପିଲ ପ୍ରକାଶ କରିଛନ୍ତି ଯେ, ତାଙ୍କ ପତ୍ନୀ ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ତେଣୁ କପିଲ ତାଙ୍କ ପତ୍ନୀଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ତେଣୁ ସେମାନେ କିଛି ସମୟ ପାଇଁ ସୋ ବନ୍ଦ କରୁଛନ୍ତି।

କପିଲ ଶର୍ମା ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। #AskKapil ମାଧ୍ୟମରେ ସେ ଗୁରୁବାର ଟ୍ୱିଟ୍ କରି ନିଜର ଏହି ବ୍ୟକ୍ତିଗତ କଥା କହିଛନ୍ତି। ଏହି ସମୟରେ କପିଲ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ତା’ପରେ ପ୍ରଶଂସକମାନେ କପିଲଙ୍କୁ ପଚାରିଥିଲେ ଯେ ଆପଣ କାହିଁକି ସୋ ବନ୍ଦ କରୁଛନ୍ତି? ପ୍ରଶଂସକଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ ବର୍ତ୍ତମାନ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପାଇଁ ସେ ପତ୍ନୀଙ୍କ ସହ ଘରେ କିଛି ସମୟ ବିତାଇବାକୁ ଚାହୁଁଛନ୍ତି। ଯେତେବେଳେ କପିଲ ଏହା କହିଥିଲେ, ଏହା ଶୁଣି ପ୍ରଶଂସକଙ୍କ ବିପୁଳ ପରିମାଣରେ ଅଭିନନ୍ଦନର ସୁଅ ଛୁଟି ଥିଲା ତଥା ଶୁଭକାମନାର ମନ୍ତବ୍ୟ ମଧ୍ୟ ଆସିଥିଲା।

ଏହା ଜାଣି ପ୍ରଶଂସକମାନେ ବହୁତ ଖୁସି ହେଲେ। ଏହି ସମୟରେ, ଏହା ଶୁଣିବା ପରେ ଜଣେ ଉପଭୋକ୍ତା କପିଲଙ୍କୁ ପଚାରିଥିଲେ ଯେ ଆପଣ କ’ଣ ଚାହୁଁଛନ୍ତି ଝିଅ ନା ପୁଅ ? ଏହାର ଉତ୍ତର ରେ କପିଲ କହିଛନ୍ତି ଯେ ଝିଅ ହଉ କିମ୍ବା ପୁଅ ହଉ ସୁସ୍ଥ ହିଁ ହେଉଉ। ସୂଚନାଯୋଗ୍ୟଯେ, କପିଲ ଶର୍ମା ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ୨୦୧୮ ରେ ବିବାହ କରିଥିଲେ। ଏଥି ସହିତ ବିବାହ ବାର୍ଷିକୀ ପୂର୍ବରୁ କପିଲ ପିତା ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.