Home କେନ୍ଦୁଝର ଆରପାରିକୁ ଚାଲିଗଲେ ମୃତ୍ୟୁଞ୍ଜୟ

ଆରପାରିକୁ ଚାଲିଗଲେ ମୃତ୍ୟୁଞ୍ଜୟ

134

ହାଟଡ଼ିହି- ୨୦/୭ (ଓଡିଆପୁଅ / ବିକାଶ ବିଶ୍ୱାଳ)ଓଡିଶା ଲୋକଙ୍କ ଭଲପାଇବା ଓ ଅକୁଣ୍ଠ ସହାୟତା ଏବଂ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ମୃତ୍ୟୁଞ୍ଜୟ ପାତ୍ର ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲେ । କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଜାତା ଜେନା (ଟିକିଦିଦି)ଙ୍କ ସ୍ୱାମୀ ମୃତ୍ୟୁଞ୍ଜୟ ପାତ୍ର ଜଣେ ଯୁବ ଇଞ୍ଜିନିୟର ଭାବେ ଜଣାଶୁଣା ଥିଲେ । ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଆପୋଲ ହସପିଟାଲରେଭର୍ତ୍ତି ହୋଇଥିଲେ । ପରିବାର ଲୋକେ ପାଖାପାଖି ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ସେ ଆରୋଗ୍ୟ ହୋଇପାରି ନଥିଲେ । ତାଙ୍କୁ କଲିକତା ନିଆଯାଇ ଏକମୋ ଚିକିତ୍ସା କରାଯିବାପାଇଁ କୁହାଯିବାପରେ ତାଙ୍କ ପରିବାର ଲୋକେ ଓଡିଶା ବାସୀଙ୍କ ସହଯୋଗ କାମନା କରିଥିଲେ । ଓଡିଶା ବାସୀ ମୃତ୍ୟୁଞ୍ଜୟଙ୍କ ଆରୋଗ୍ୟ କାମନା କରିବା ସହିତ ଅକୁଣ୍ଠ ଚିତ୍ତରେ ସହଯୋଗର ହାତ ବଢ଼ାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ତାଙ୍କୁ ଏକମୋ ଚିକିତ୍ସା ପାଇଁ କଲିକତାକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିବାବେଳେ ଗତ ରବିବାର ରାତି ତିନିଟା ସମୟରେ ତାଙ୍କର ପରଲୋକ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.