Home କେନ୍ଦୁଝର ଅସ୍ୱାଭାବିକ ଭାବେ ବଢ଼ୁଛି ଦେଢ଼ ବର୍ଷ ଶିଶୁର ମୁଣ୍ଡ, ଚିନ୍ତାରେ ପରିବାର

ଅସ୍ୱାଭାବିକ ଭାବେ ବଢ଼ୁଛି ଦେଢ଼ ବର୍ଷ ଶିଶୁର ମୁଣ୍ଡ, ଚିନ୍ତାରେ ପରିବାର

94

ହାଟଡ଼ିହି, ୧୩ /୧୨ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ଗ୍ରାମରେ ଗୋଟିଏ ଦେଢ଼ ବର୍ଷ ଶିଶୁର ମୁଣ୍ଡଟି ଅସ୍ୱାଭିକ ଭାବେ ବୃଦ୍ଧି ପାଉଥିବାରୁ ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମର ରମାକାନ୍ତ ପାତ୍ର ଓ ମିଲି ପାତ୍ର ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ଏପରି ସ୍ଥଳେ ତାଙ୍କର ଏକ ଦେଢ଼ବର୍ଷର ଶିଶୁର ମୁଣ୍ଡଟି ଏବେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପୁଅକୁ ଡାକ୍ତରଖାନା ନେଇ ଦେଖାଇବାପରେ ଏହା ଟ୍ୟୁମର ଓ ଏହାର ଅପରେସନ ଜରୁରୀ ବୋଲି ଡାକ୍ତର କହିଛନ୍ତି । ପୁଅର ଅପରେସନ ପାଇଁ ପାଖରେ ଅର୍ଥର ଅଭାବ ଥିବାରୁ ଡାକ୍ତରଖାନା ନେଇ ପାରୁ ନାହାନ୍ତି ରମାକାନ୍ତ । ତେଣୁ କୌଣସି ସରକାରୀ କିମ୍ବା ବେସରକାରୀ ସହାୟତା ମିଳିଲେ ପୁଅକୁ ଅପରେସନ କରାଇ ଭଲକରାଇ ପାରନ୍ତେ ବୋଲି ରମାକାନ୍ତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.