Home ଜିଲ୍ଲା ପରିକ୍ରମା ବାହାନଗା ବ୍ଳକ ‌ସ୍ତରୀୟ ଉତ୍କଳ ଯାଦବ ମହାସଭା ଓ ସମ୍ମିଳନୀ ଅନୁଷ୍ଠିତ 

ବାହାନଗା ବ୍ଳକ ‌ସ୍ତରୀୟ ଉତ୍କଳ ଯାଦବ ମହାସଭା ଓ ସମ୍ମିଳନୀ ଅନୁଷ୍ଠିତ 

33

ବାହାନଗା ,୧୩ା୧୨( ଓଡ଼ିଆ ପୁଅ / ଭାରତୀ ଦାସ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଗୋପାଳପୁର ସ୍ଥିତ ସତ୍ୟଭାମା କଲ୍ୟାଣି ମଣ୍ଡପ ପରିସରରେ ବାଲେଶ୍ୱର ଜିଲା ଯାଦବ ମହାସଭା ଜିଲା ଯାଦବ ମହାସଭା ର ଆବାହକ ଅଶ୍ୱନୀ କୁମାର ଦାସ ଙ୍କ ଆବାହକତ୍ୱରେ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସମ୍ମିଳନୀ ରେ ସଭାପତିତ୍ୱ କରିଥିଲେ ଅବସରପ୍ରାପ୍ତ ତହସିଲିଦାର ବିଷ୍ଣୁମୋହନ ଭଞ୍ଜା । ଅତିଥି ପରିଚୟ ପ୍ରଦାନ କରିଥିଲେ ର ନୂତନ ସଭାପତି ମାଧବା ନନ୍ଦ ଦାସ ।ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ରାଜ୍ୟ ଯୁବ ସଂମ୍ପାଦକ ଅମର ନାୟକ ।ସେହିପରି ମୁଖ୍ୟ ବକ୍ତାଭାବେ ଉତ୍କଳ ଯାଦବ ମହାସଭାର ରାଜ୍ୟ ସାଧାରଣ ସଂମ୍ପାଦକ ପ୍ରଦୀପ୍ ବେହେରା ଯୋଗ ଦେଇ ଥିଲେ ।ସମ୍ମାନିତ ଅତିଥି ଭାବେ ରବିନ୍ଦ୍ର ମହାକୁଡ,ଶୁଶୋଭନ ବାରିକ୍‌,କାର୍ତ୍ତୀକ ବେହେରା,ମନୋଜ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । କାର‌୍ୟକ୍ରମରେ ଚିତ୍ତଳପଞ୍ଚାୟତରସରପଞ୍ଚ ଗୀତାଞ୍ଜଳୀ ବାରିକ୍‌,ପଞ୍ଚସଖା ଯାତ୍ରାଏକାଡେମୀ ର ସଂମ୍ପାଦକ ଅନିରୁଦ୍ଦ ବାରିକ୍ ଦାଶରଥି ମୁଦୁଲି, ତ୍ରୀଲୋଚନ ଦାସ,ଶଶୀକାନ୍ତ ବେହେରା, ପ୍ରଦୀପ୍ ବେହେରା ,ଖନ୍ତାପଡା ର ରମାକାନ୍ତ ବାରିକ୍‌,ଗଜେନ୍ଦ୍ର ବାରିକ୍ ,ବିଷ୍ଣୁମୋହନ ଭଞ୍ଜ ପ୍ରମୁଖ ୯ ଜଣଙ୍କୁ ସମ୍ମାନିତ କରାଯାଇ ଥିଲା । ପରେ ବାହାନଗା ବ୍ଳକ ଉତ୍କଳ ଯାଦବ ମହାସା ର ନୂତନ କାର‌୍ୟ୍ୟକାରି କମିଟି ଗଠନ କରାଯାଇ ଥିଲା ।ନୂତନ ସଭାପତି ଭାବେ ମାଧବାନନ୍ଦ ଦାସ,କାର‌୍ୟ୍ୟକାରି ସଭାପତି ଅନିରୁଦ୍ଦ ବାରିକ୍‌,ସାଧାରଣ ସଂମ୍ପାଦକ ରମେଶ ବେହେରା ,କୋଷାଧ୍ୟକ୍ଷ ଦାମୋଦର ଖିଲାର ,ସହ ସଂମ୍ପାଦକ ଲକ୍ଷ୍ମୀକାନ୍ତ ମହନ୍ତ,ସହସଭାପତି ମହେଶ୍ୱର ଲେଙ୍କା,ଯୁବ ସଭାପତି ମହେନ୍ଦ୍ର ମହାକୁଡ,ଯୁବ ସଂମ୍ପାଦକ ଶ୍ୟାମସୁନ୍ଦର ବାରିକ୍‌,ମହିଳା ସଭାପତି ଗୀତାଞ୍ଜଳୀ ବାରିକ୍‌,ମହିଳା ସଂମ୍ପାଦକ ମଞ୍ଜୁଲତା ମହାକୁଡ ପ୍ରମୁଖ ଙ୍କୁ ର୍ନିବାଚିତ କରାଯାଇଛି ।ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଦାମୋଦର ଖିଲାର ।ସମ୍ମିଳନୀ ରେ ବ୍ଳକର ୨୪ ଟି ପଞ୍ଚାୟତରୁ ଯାଦବ ମାନେ ଯୋଗଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.