Home ଓଡ଼ିଶା ଅସାମାଜିକଙ୍କ ଆଡ୍ଡାସ୍ଥଳି ପାଲଟିଛି ବ୍ରିଟିସ ଅମଳର ପୋଲ

ଅସାମାଜିକଙ୍କ ଆଡ୍ଡାସ୍ଥଳି ପାଲଟିଛି ବ୍ରିଟିସ ଅମଳର ପୋଲ

143

ଯୋଡା, ୨୬- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ୪ନଂ ୱାର୍ଡରେ ସୁନା ନଦୀ ଉପରେ ରହିଛି ଏକ ବ୍ରିଟିସ ଅମଳର ପୋଲ । ସେତେବେଳେ ଏହି ପୋଲ ଉପର ଦେଇ ନ୍ୟ।।ରୋଗେଜ ରେଳ ଲାଇନ ଯୋଗେ ବିଚାକୁଣ୍ଡିରୁ ଜାମଦା ପର୍ଯ୍ୟନ୍ତ ଲୁହାପଥର ପରିବହନ କାରାଯାଉଥିଲା । ୫୦ ବର୍ଷରୁ ଉର୍ଦ୍ଧ ହେବ ଏହାକୁ ବନ୍ଦ କରିଦିଆଯାଇଥିବା ବେଳେ ଏହି ପୋଲଟି କୁନ୍ଦୁରୁନାଲା ଏବଂ ପଶ୍ଚିମ ଯୋଡା ଟାଟା କମ୍ପାନୀ କଲୋନୀକୁ ସଂଯୋଗର ମାଧ୍ୟମ ପାଲଟିଛି । ଏଥିରେ ୪ ଚକିଆ ଯାନ ଚଳାଚଳ କରିପାରୁନଥିଲେ ମଧ୍ୟ ମୋଟରସାଇକେଲ ଯୋଗେ ଯାତାୟତ କରାଯାଇଥାଏ । ସନ୍ଧ୍ୟା ସମୟରେ କିଛି ଲୋକ ଏହି ପୋଲ ଉପରୁ ପାହାଡ ବାଟ ଦେଇ ସୁନା ନଦୀ ପ୍ରଭାହିତର ଏବଂ ସୂର୍ଯ୍ୟାସ୍ଥର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ସେଠାରୁ ଯାଇଥାନ୍ତି । ତେବେ କିଛି ଦିନ ହେବ ଏହି ପୋଲ ଉପରଟି ଯୋଡା ତଥା ଆଖପାଖ ଅଞ୍ଚଳର ଅସାମାଜିକ ବ୍ୟକ୍ତିମାନଙ୍କର ଆଡ୍ଡାସ୍ଥଳି ପାଲଟିଛି । ସନ୍ଧ୍ୟା ନଇଲେ ଏହି ଅସାମାଜିକଙ୍କ ଭିଡ ଜମୁଛି । ନିଶା ସେବନର ପେଣ୍ଠସ୍ଥଳି ପାଲଟିଛି ଏହି ପୋଲ ଉପରିଟି । ଫଳରେ ସନ୍ଧ୍ୟା ପରେ ସେହି ବାଟ ଦେଇ ଯାତାୟତ କରିବାକୁ କେହି ନିରାପଦ ମଣୁନାହାନ୍ତି । ସେହି ପୋଲ ନିକଟରେ ସରସ୍ୱତୀ ଶିଶୁ ମନ୍ଦିର ଏବଂ ଶିବ ମନ୍ଦିର ଅବସ୍ଥିତ । ଏହି ଅସାମାଜିକଙ୍କ ଯୋଗୁଁ ଛୋଟ ଛୋଟ ଶିଶୁ, ଅଭାଭାବକ ଓ ମନ୍ଦିରକୁ ଯାତାୟତ କରୁଥିବା ଭକ୍ତମାନେ ଏ ନେଇ ଅଭିଯୋଗ କରିଛନ୍ତି । ଯୋଡା ପୁଲିସ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣେରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.