Home Top News ଅସାନି ଅପଡେଟ୍‌ : ଘଣ୍ଟା ପ୍ରତି ୨୫କିମି ବେଗରେ ଗତି କରୁଛି ଅସାନି, ପୁରୀଠାରୁ ୬୮୦...

ଅସାନି ଅପଡେଟ୍‌ : ଘଣ୍ଟା ପ୍ରତି ୨୫କିମି ବେଗରେ ଗତି କରୁଛି ଅସାନି, ପୁରୀଠାରୁ ୬୮୦ କିମି ଦୂରରେ

52

ଭୁବନେଶ୍ୱର ୯-୫ (ଓଡ଼ିଆ ପୁଅ) ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଥିବା ଭୀଷଣ ବାତ୍ୟା “ଅସାନି” ଏବେ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୬୮୦ କିମି ଦୂରରେ ଅବସ୍ଥିତ ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟାରୁ ସୂଚନା ମିଳିଛି। ତେବେ “ଅସାନି”, ବର୍ତ୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୫ କିମି ବେଗରେ ଗତି କରୁଛି। ଗତ ୬ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୫କିମି ବେଗରେ ଗତି କରୁଛି ବୋଲି କହିଛି ଭୁବନେଶ୍ୱର ପାଣିପାଗ ବିଭାଗ।

ଅପର ପକ୍ଷରେ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ-୨ ଜାରି କରାଯାଇଛି। ତେବେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପେରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

ତେବେ ଆସନ୍ତା କାଲିଠୁ ବର୍ଷା ଆରମ୍ଭ ହେବ ବୋଲି ଆକଳନ କରାାଇଛି। କାଲି ସନ୍ଧ୍ୟା ପରଠାରୁ ଉପକୂଳର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୧ ତାରିଖରେ ଉପକୂଳ ଓଡ଼ିଶା ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଏଥିସହ ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାରେ ପବନର ବେଗ ୪୦-୫୦ କିଲୋମିଟର ରହିପାରେ। ପବନର ବେଗ ବଢ଼ି ସର୍ବାଧିକ ୬୦ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.