Home ଜିଲ୍ଲା ପରିକ୍ରମା ନଦୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ

ନଦୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ

15

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଅନ୍ତର୍ଗତ ନଦୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଦୀର୍ଘ ୪୦ ବର୍ଷ ଧରି ଏକ ଆଜବେଷ୍ଟସ୍ ଘରେ ଡାକ୍ତରଖାନା ଚାଲିଥିବାବେଳେ ଦୀର୍ଘଦିନ ପରେ ସେ ସମସ୍ୟାର ଅନ୍ତ ଘଟିଛି । ଆଜି ନଦୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ପାଇଁ ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯାଇଛି । ସୂଚନା ଥାଉକି ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର କିଛି ସ୍ଥାନ କୋର୍ଟରେ ବିଚାରାଧୀନ ଥିବାରୁ ସେଠାରେ କିଛି ନୂତନ କାର୍ଯ୍ୟ ହୋଇପାରୁନଥିଲା । ଏଥିପାଇର୍ ପୂର୍ବରୁ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଦୁଇଥର ଟଙ୍କା ଆସି ଫେରିଯାଇଛି । ପୁଣି ନିକଟରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ପାଇଁ ୯୭ ଲକ୍ଷ ଟଙ୍କା ମଂଜୁର ହୋଇଛି । ତେବେ ସ୍ଥାନ ଅଭାବରୁ କାମ ହୋଇପାରୁନଥିଲା । ସ୍ଥାନୀୟ ଲୋକ, ନଦୀଗାଁ ଓ ଭଟସାହି ପଂଚାୟତର ସରପଞ୍ଚ, ଡାକ୍ତରଖାନା ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଭଟସାହି ପଂଚାୟତର ଫଳପୁର ସୀମାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ କାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଥିଲା । ଆଜି ପ୍ରଶାନ ପକ୍ଷରୁ ସେଠାରେ ସ୍ଥାନ ନିରୂପଣ କରାଯାଇଛି । ଏହି ଅବସରରେ ୨ ପ୍ଲାଟୁନ ପୁଲିସ୍ ଫୋର୍ସ ସମେତ ଧାମନଗର ଅତିରିକ୍ତ ତହସିଲଦାର ସାଇ ସିଲୋନା, ଧୁଷୁରୀ ଥାନା ଅଧିକାରୀ ବନାନୀ ବେହେରା, ଦୁଇ ପଂଚାୟତର ସରପଞ୍ଚ ଓ ଡାକ୍ତରଖାନା ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ସରକାରୀ ମାପ କରାଯାଇଥିଲା । ତେବେ ଆଗାମୀ ୬ ମାସ ମଧ୍ୟରେ ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ସରିବ ବୋଲି କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ପଣ୍ଡା ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.