Home କେନ୍ଦୁଝର ବିଦ୍ୟୁତ ଆଘାତରେ ତିନି ଆହତ

ବିଦ୍ୟୁତ ଆଘାତରେ ତିନି ଆହତ

70

ହାଟଡ଼ିହି, ୨୨ / ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ହରଡବାଡି ଗ୍ରାମରେ ଆଜି ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ତିନି ଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବାଘରାଇ ସୋରେନଙ୍କ ଘରେ ଏକ ବିଦ୍ୟୁତ ତାର ଛଣ୍ଡି ପଡିଥିଲା । ମାତ୍ର ତାହା କେହି ଜାଣି ପାରିନଥିଲେ । ତାଙ୍କ ଝିଅ ଦୁଲାରୀ ସୋରେନ (୯ବର୍ଷ) ବାଳିକା ଏହି ତାରଟିକୁ ମାଡି ଦେବାରୁ ସେ ଚିତ୍କାର କରି ପଡିଯାଇଥିଲା । ଏହା ଦେଖି ବଡ ଭଉଣୀ ହୀରାମଣୀ ସୋରେନ, ଦୁଲାରୀର ଖୁଡି ସୁମିତ୍ରା ସୋରେନ ତୁରନ୍ତ ଦୌଡିଯାଇ ତାକୁ ତଳୁ ଉଠାଇବା ବେଳକୁ ସେମାନେ ମଧ୍ୟ ବିଦ୍ୟୁତ ଝଟକାରେ ଆହତ ହୋଇôତଲେ । ସେମାନଙ୍କୁ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନଙ୍କ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ଦୁଲ୍ଲାରୀର ଗୋଡ ପୋଡି ଯାଇଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.