Home ଜିଲ୍ଲା ପରିକ୍ରମା ଅଶ୍ୱିନୀ ନାୟକ ରାଜ୍ୟ ସମବାୟ ସଂଘ ନିର୍ଦ୍ଦେଶକ ଭାବେ ନିର୍ବାଚିତ

ଅଶ୍ୱିନୀ ନାୟକ ରାଜ୍ୟ ସମବାୟ ସଂଘ ନିର୍ଦ୍ଦେଶକ ଭାବେ ନିର୍ବାଚିତ

73

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମବାୟବିତ୍‌, ର୍ପୂବତନ ଶାଖା ପରିଚାଳକ, ପୂର୍ବତନ ସମ୍ପାଦକ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଶ୍ୱିନୀ ନାୟକ ବିଜୁ ଜନତା ଦଳ ସମର୍ଥିତ ନିର୍ଦ୍ଦେଶକ ଭାବେ ରାଜ୍ୟ ସମବାୟ ସଂଘକୁ ନିର୍ବାଚିତ ହୋଇଛନ୍ତି । ଶ୍ରୀ ନାୟକ ୧୯୮୦ ମସିହାଠାରୁ ଅଦ୍ୟାବଧି ସମବାୟ ସହିତ ଜଡ଼ିତ ଅଛନ୍ତି । ସେ ପ୍ରଥମେ ବାଲେଶ୍ୱର – ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ କନିଷ୍ଠ କିରାଣୀ ଭାବେ ନିଜର ଚାକିରୀ ଜୀବନ ଆରମ୍ଭ କରି ତାଙ୍କର କାର୍ଯ୍ୟ ଦକ୍ଷତା ବଳରେ ବ୍ୟାଙ୍କର ସମ୍ପାଦକ ପଦ ମଣ୍ଡନ କରି ପାରିଥିଲେ । ଚାକିରୀ କାଳ ସମୟରେ କୃଷକମାନଙ୍କ ଉନ୍ନତି ଏବଂ ମହିଳା ସଶକ୍ତିକରଣ ଦିଗରେ ବହୁ କାର୍ଯ୍ୟ କରି ବହୁଥର ବିଭିନ୍ନ ସଂଗଠନ, ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଳାପାଳ ଏବଂ ଅନ୍ୟ ସଂସ୍ଥାମାନଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ଦକ୍ଷତାର ସହିତ କାର୍ଯ୍ୟ କରି ପରେ ଭଣ୍ଡାରିପୋଖରୀର ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ସମବାୟ ନିର୍ବାଚନରେ ଭଦ୍ରକ ଜିଲ୍ଳାର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିଲେ । ପୁଣି ରାଜ୍ୟ ସମବାୟ ସଂଘର ନିର୍ଦ୍ଦେଶକ ଭାବେ ପ୍ରତିଦ୍ୱନ୍ଦିତା କରି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାରୁ ଶ୍ରୀ ନାୟକ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.