Home ଜିଲ୍ଲା ପରିକ୍ରମା ଏବିଭିପିର ୭୫ତମ ପ୍ରତିଷ୍ଠା ଦିବସ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ

ଏବିଭିପିର ୭୫ତମ ପ୍ରତିଷ୍ଠା ଦିବସ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ

38

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ପକ୍ଷରୁ ପରିଷଦର ୭୫ତମ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଜାନୁଗଞ୍ଜ ସ୍ଥିତ ସାଇ ବିଜ୍ଞାନ ଏକାଡେମୀ ପରିସରରେ ପାଳିତ ହେବା ସହିତ ଏହି ଦିବସ ଏକା ସାଙ୍ଗରେ ଧାମନଗର, ବାସୁଦେବପୁର ଠାରେ ମଧ୍ୟ ପାଳନ କରାଯାଇଛି । ଜାନୁଗଞ୍ଜ ସ୍ଥିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଯୋଗ ଦେଇ ସଂଗଠନର ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଳା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ସାଇ ବିଜ୍ଞାନ ଏକାଡେମୀର ପରିଚାଳନା ନିର୍ଦ୍ଦେଶିକା ପୁଷ୍ପମିତ୍ରା ବେହେରା, ବାଲେଶ୍ୱର ବିଭାଗ ସହସଂଯୋଜକ ବିଶ୍ୱନାଥ ଲାହା, ସହଛାତ୍ରୀ ପ୍ରମୁଖ ପାର୍ବତୀ ମିଶ୍ର, ନଗର ସହସମ୍ପାଦକ ରାହୁଲଦେବ ସାହୁ, ବାମଦେବ ବାରିକ, ସତ୍ୟପ୍ରକାଶ ମହାନ୍ତି, ଅମରେଶ ଜେନା, ଦୁର୍ଗାଶଙ୍କର ଜେନା, ପୁରାତନ କାର୍ଯ୍ୟକର୍ତ୍ତା ଶରତ ପଢିଆରୀ, ଜଗନ୍ନାଥ ଦାଶ, ସତ୍ୟସୁନ୍ଦର ପାତ୍ର ପ୍ରମୁଖ ଯୋଗ ଦେଇ ବିଦ୍ୟାର୍ଥୀ ପରିଷଦର ଗୌରବମୟ ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଭଦ୍ରକରେ କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଂଗଠନ ସହ ଯୋଡ଼ି ହେବେ ସେ ସମ୍ବନ୍ଧରେ ମାର୍ଗ ଦର୍ଶନ କରିଥିଲେ ।

ସେହିଭଳି ଭାବେ ଧାମନଗର ଠାରେ ଅଧ୍ୟାପକ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଅଧ୍ୟାପକ କିଶୋର କୁମାର ପୃଷ୍ଟି, ଜିଲ୍ଳା ସହସଂଯୋଜକ ଅରବିନ୍ଦ ଷଡଙ୍ଗୀ, ନଗର ସହସମ୍ପାଦକ ରାକେଶ ରାଉତ, ପୁରାତନ କାର୍ଯ୍ୟକର୍ତ୍ତା ସୌରଭ ପତି, ବାସୁଦେବପୁର ଠାରେ ଜିଲ୍ଲା ସହସଂଯୋଜିକା ମମତା ମହାକୁଡ଼, ନଗର ଉପସଭାପତି ମୃତ୍ୟୁଞ୍ଜୟ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହିଥିଲେ । ଏହି ୭୫ତମ ଦିବସ ଜିଲ୍ଲାବ୍ୟାପୀ ୭ ଦିନ ଧରି ପାଳନ କରାଯିବ ବୋଲି ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.