Home ଓଡ଼ିଶା କୋଭିଡ -୧୯ ଲକଡାଉନରେ ଅବକାରୀ ବିଭାଗର ଜନୈକ ଅଧିକାରୀ ମାଲାମାଲ

କୋଭିଡ -୧୯ ଲକଡାଉନରେ ଅବକାରୀ ବିଭାଗର ଜନୈକ ଅଧିକାରୀ ମାଲାମାଲ

557

କେନ୍ଦ୍ରାପଡା ୨୭/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କୋଭିଡ -୧୯ ଯୋଗୁଁ ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ହେବ ସାରା ରାଜ୍ୟ ସମେତ କେନ୍ଦ୍ରାପଡା ଜିଲ୍ଲା ଲକଡାଉନ ଥିବା ସମୟରେ ଜନୈକ ଅବକାରୀ ବିଭାଗର ଅଧିକାରୀ ଜଣକ କିନ୍ତୁ ମାଲାମାଲ ହେବାରେ ଲାଗିଛନ୍ତି। ଏହି ନିକଟ ଅତୀତରେ ସହରର ଜନୈକ ବିଦେଶୀ ମଦ ଦୋକାନ ସିଲ ଥାଇ ସେହି ଦୋକାନରୁ ବ୍ୟାପକ ଚୋରାରେ ମଦ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପ୍ରଶାସନ ପକ୍ଷରୁ ସଂପୃକ୍ତ ମଦ ଦୋକାନକୁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଂଚ କରିବାକୁ ଅବକାରୀ ବିଭାଗକୁ ନିର୍ଦେଶ ପ୍ରଦାନ କରାଯାଇଥିଲା। ସେହି ନିର୍ଦେଶ ଅନୁଯାଇ ସେହି ମଦ ଦୋକାନର ପଟ୍ଟାଦର ଜଣକ ମ୍ୟାଜି ଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦ ଦୋକାନର ସିଲ ଭାଙ୍ଗି ଭିତରକୁ ପଶିଥିଲେ। ସେତେବେଳେ ଅବକାରୀ ବିଭାଗର କୈାଣସି ଅଧିକାରୀ ସେଠାରେ ଉପସ୍ଥିତ ନଥିଲେ। ମ୍ୟାଜିଷ୍ଟ୍ରେଟ ଜଣକ ଅବକାରୀ ବିଭାଗର ଅଧିକାରୀଙ୍କୁ ଅପେକ୍ଷା କରିବାକୁ କହିବାରେ ପଟ୍ଟାଦାର ଜଣଙ୍କ କହିଥିଲେ ଦେଖନ୍ତୁ ସାର ରେଜିଷ୍ଟରଟି ମୋ ପାଖକୁ ପଠାଇ କହିଛନ୍ତି ତମେ ଦୋକାନ ଖୋଲି ହିସାବ ମିଳାଅ ବୋଲି। ସଂପୃକ୍ତ ଅବକାରୀ ବିଭାଗର ଅଧିକାରୀ ଜଣଙ୍କ ପ୍ରାୟ ଅଧ ଘଂଟା ପରେ ସେଠାରେ ପହଁଚି ଦୋକାନ ଭିତରକୁ ଏକା ଯାଇ କିଛି ସମୟ ପରେ ବାହାରକୁ ଆସି ମ୍ୟାଜିଷ୍ଟ୍ରେଟ ଜଣଙ୍କୁ କେବଳ ଭିତରକୁ ଡାକିନେଇଥିଲେ। କିଛି ସମୟ ବ୍ୟବଧାନରେ ଭିତରେ ହିସାବ କିତାବ ସାରି ସେମାନେ ବାହାରକୁ ଚାଲିଆସି ଥିଲେ। ସବୁ ଠିକ ଥିବାର କହିଦେଇ ସେଠାରୁ ଚାଲିଯାଇଥିଲେ ସମସ୍ତେ। ସେହି ମଦ ଦୋକାନଟିରୁ ଚୋରାରେ ମଦ ବିକ୍ରୀ ହେଉଥିବା ଘଟଣା ର ସତ୍ୟତା ଥିଲେବି ସଂପୃକ୍ତ ଅବକାରୀ ବିଭାଗର ଅଧିକାରୀ ଜଣକ କିଭଳି ଦୋକାନ ଯାଂଚ ହେବା ପୂର୍ବରୁ ଷ୍ଟକ ରେଜିଷ୍ଟର ପଟ୍ଟାଦାରଙ୍କୁ ଦେଇଦେଲେ ଓ ଅବକାରୀ ବିଭାଗର କୈାଣସି ଅଧିକାରୀ ସେଠାରେ ଅନୁପସ୍ଥିତ ଥିବା ବେଳେ ପଟ୍ଟାଦାର ଜଣକ ଦୋକାନ ସିଲ ଭାଙ୍ଗି ଭିତରକୁ ଗଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେତେକ ଗଣମାଧ୍ୟମର ପ୍ରତିନିଧି ଏସମ୍ପର୍କରେ ସଂପୃକ୍ତ ଅବକାରୀ ବିଭାଗର ଅଧିକାରୀଙ୍କୁ ସନ୍ଧ୍ୟାରେ ପଚାରିବାରେ ସେ କହିଥିଲେ ଯେ ଏପର୍ଯ୍ୟନ୍ତ ଷ୍ଟକ ଗଣା ଚାଲିଛି କିନ୍ତୁ ସବୁ ଠିକ ଅଛି। ସଂପୃକ୍ତ ଅଧିକାରୀ ଜଣକ କୋଭିଡ -୧୯ ଲକଡାଉନ ସମୟରେ ଏଭଳି କାରାନାମା କରି ମାଲାମାଲ ହେଉଥିବାର ଅନେକ ଅଭିଯୋଗ ରହିଛି। ଏଭଳି ଅଧିକାରୀଙ୍କ ଯୋଗୁଁ ଜିଲ୍ଲାରେ ଚୋରାମଦ ବେପାର ବଢି ବଢି ଚାଲିଥିବା ଅଭିଯୋଗ ହେଉଛି। ଘଟଣାର ସବିଶେଷ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.