Home ଜିଲ୍ଲା ପରିକ୍ରମା ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଭଦ୍ରକ ଶାଖାର ଗଣଧାରଣା ଓ ପ୍ରତିବାଦ ସଭା

ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଭଦ୍ରକ ଶାଖାର ଗଣଧାରଣା ଓ ପ୍ରତିବାଦ ସଭା

43

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତବର୍ଷର ସାଂସଦ ଓ ବିଧାୟକମାନେ ସେବକ ଥାଇ ମାସକୁ ଯଥାକ୍ରମେ ୬୦ ହଜାର ଓ ୩୫ ହଜାର ଟଙ୍କା ପେନସନ ପାଉଥିବାବେଳେ କେନ୍ଦ୍ର ସରକାର ସମଗ୍ର ଦେଶର ଇପିଏଫ୍ ପେନସନରସମାନଙ୍କ ପ୍ରତି ଅବିଚାର କରିବା ଘଟଣାର ପ୍ରତିବାଦରେ ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଭଦ୍ରକ ଶାଖା ପକ୍ଷରୁ ଆଜି ଭଦ୍ରକ ମୁଖ୍ୟ ଡାକଘର ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ଶତାଧିକ ସଭ୍ୟ ଯୋଗଦେଇଥିବାବେଳେ ବିଶିଷ୍ଟ ଶ୍ରମିକ ନେତା ଅଧିବକ୍ତା ଦିବ୍ୟସିଂହ ନାୟକ, ଡାଃ ରମେଶ ଚନ୍ଦ୍ର ନାୟକ, ସଂପାଦକ ଅକ୍ଷୟ ମହାପାତ୍ର, ରାମଚନ୍ଦ୍ର ପଣ୍ଡା, ଅଧିବକ୍ତା ରାଧା ଦାଶ, ବିନୟ ନାୟକ, ଆନନ୍ଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିର ପ୍ରତିବାଦ କରି ଆସନ୍ତା ନଭେମ୍ବର ୨୬ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଅଧିବକ୍ତା ଦିବ୍ୟସିଂହ ନାୟକ ନିଜ ବକ୍ତବ୍ୟରେ ସମଗ୍ର ଦେଶରେ କୋଟି କୋଟି ଶ୍ରମିକମାନଙ୍କର ବେତନରୁ ଇପିଏଫ୍ ପାଇଁ କାଟି ଯେଉଁ ଟଙ୍କା ସରକାରୀ ତହବିଲରେ ଜମା ହୋଇଥିଲା, ଓଡ଼ିଶାରେ ୧ ଲକ୍ଷ ୬୬ ହଜାର କର୍ମଚାରୀଙ୍କ ୯ ଶହରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଉଥିବାର ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟୁଥିବାବେଳେ ସରକାର ପେନସନରମାନଙ୍କୁ ମାସକୁ ୯ ହଜାର ଟଙ୍କା ପେନସନ ଦାବି କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ଦରଖାସ୍ତ ଆଗତ କରିଥିବାବେଳେ ସେ ପେନସନରମାନଙ୍କ ସାମାଜିକ ସୁରକ୍ଷା ପାଇଁ ତାହା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ତେବେ ଦେଶର ଜଣେ ସାଂସଦ ଓ ବିଧାୟକ ଦେଶ ସେବକ ନାମରେ ମାସକୁ ଯଥାକ୍ରମେ ୬୦ ଓ ୩୫ ହଜାର ଟଙ୍କା ପେନସନ ପାଇବା କେତେଦୂର ସମୀଚିନ, ତାହା କେନ୍ଦ୍ର ସରକାର ବିଚାର କରିବାର ସମୟ ଆସିଛି ବୋଲି ସେ କହିବା ସହ ଏ ଦିଗରେ କୌଣସି ପରିବର୍ତ୍ତନ ନହେଲେ ଦେଶବ୍ୟାପୀ ଯେଉଁ ଜନ ଆନ୍ଦୋଳନ ତେଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.