Home ଜିଲ୍ଲା ପରିକ୍ରମା ୩ୟ ଦିନରେ ରାଜ୍ ରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

୩ୟ ଦିନରେ ରାଜ୍ ରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

26

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଗତ ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତ ମାତୃକା ବେଶର ତୃତୀୟ ଦିନରେ ରାଜ୍ ରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।ମା’ ଗୋଲାପୀ ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ବାଘ ମା’ଙ୍କର ବାହନ ଥିବା ବେଳେ ପାଶ୍ୱର୍ରେ ଗଜରାଜ ଦଣ୍ଡାୟମାନ । ମା’ଙ୍କର ମୁଖ ମଣ୍ଡଳ ପଦ୍ମ ବର୍ଣ୍ଣ ଥିଲା । ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ମା’ ଦଣ୍ଡାୟମାନ । ମା’ଙ୍କର ଏହି ରାଜରାଜେଶ୍ୱରୀ ବେଶକୁ ଦର୍ଶନ କଲେ ଭକ୍ତର ସମସ୍ତ କାର୍ଯ୍ୟ ସିଦ୍ଧି ହୋଇଥାଏ ଏବଂ ଯଶ ଓ ଐଶ୍ୱର୍ଯ୍ୟ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ । ତେବେ ଚଳିତ ବର୍ଷ କୋବିଡ଼ ପାଇଁ ଦର୍ଶନ ବନ୍ଦ ରହିଥିବାରୁ ବହୁ ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ପୀଠରେ ବିଶ୍ୱଶାନ୍ତି ଯଜ୍ଞର ଆଜି ତୃତୀୟ ଦିନରେ ବେଦ ପଠନ, ସପ୍ତଶତି ଚଣ୍ଡୀପାଠ, ଗୀତାଯଜ୍ଞ, ନାମ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା । ସେହିପରି ଆସନ୍ତାକାଲି ଚତୁର୍ଥ ଦିବସରେ ମା’ ସିଂହବାହିନୀ ବେଶରେ ଦର୍ଶନ ଦେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.