Home ଜିଲ୍ଲା ପରିକ୍ରମା ଅଲ୍ ଇଣ୍ଡିଆ ଜାମିଆତୁଲ୍ କୁରୈସ ପକ୍ଷରୁ ପୂର୍ବପରି ସରକାରୀ ଆଇନ୍ ମୂଳେ ଗୋ ପରିବହନ କରିବାକୁ...

ଅଲ୍ ଇଣ୍ଡିଆ ଜାମିଆତୁଲ୍ କୁରୈସ ପକ୍ଷରୁ ପୂର୍ବପରି ସରକାରୀ ଆଇନ୍ ମୂଳେ ଗୋ ପରିବହନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

69

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଶୁ ପରିବହନ ନିୟମ ୧୯୭୮ ଆମେଣ୍ଡମେଣ୍ଟ ଆଇନ୍ ୨୦୦୯ ଅନୁଯାୟୀ ପଶୁ ଚାଷୀ ଓ ଗୋରୁ ବ୍ୟବସାୟୀମାନଙ୍କୁ ପୂର୍ବପରି ଗୋ-ପରିବହନରେ ସହଯୋଗ କରିବା ପାଇଁ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାପାଇଁ ଆଜି ଅଲ୍ ଇଣ୍ଡିଆ ଜାମିଆତୁଲ କୁରୈସ ସଂସ୍ଥା ପକ୍ଷରୁ ଭଦ୍ରକ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଲ୍ ଇଣ୍ଡିଆ ଜାମିଆତୁଲ କୁରୈସ ର ଓଡ଼ିଶା ରାଜ୍ୟ ସଭାପତି ସେକ୍ ମୁନ୍ତାକିମ୍ ବକ୍ସ କୁରୈସି ଓ ବିଶିଷ୍ଟ ଶ୍ରମିକ ନେତା ତଥା ଅଧିବକ୍ତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ସେକ୍ ସମସାଦ, ସେକ୍ ନଜିବୁଲ୍ଲା,ମହମ୍ମଦ ସଫରାଜ, ସେକ୍ ମୁନ୍ତାକିମ୍ ବକ୍ସ, ସୁକାନ୍ତ ସେଠୀ, ଗିରିଶ ଚନ୍ଦ୍ର ବ୍ରଜ ଓ ବାୟା ନାୟକ ପ୍ରମୁଖଙ୍କ ସମେତ ବହୁ ପଶୁଚାଷୀ ଓ ବ୍ୟବସାୟୀ ଆଜି ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ସେମାନେ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ସ୍ମାରକପତ୍ର ମୂଳେ ପଶୁ ଚାଷୀ ଓ ବ୍ୟବସାୟୀମାନଙ୍କୁ ଗୋଟିଏ ହାଟରୁ ଅନ୍ୟ ହାଟକୁ ଗୋରୁ ବିକ୍ରୟ କରିବା ପାଇଁ ନିଆଯାଉଥିବାବେଳେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିମାନେ ଆକ୍ରମଣ କରୁଛନ୍ତି । ଯାହାଦ୍ୱାରା ବହୁ ଧନଜୀବନ କ୍ଷୟକ୍ଷତି ହେଉଛି । ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ଏନିମାଲ କ୍ରୁ ଏଲ୍‌ଟି ଆକ୍ଟ ଆଳରେ ଗୋ ବ୍ୟବସାୟୀମାନଙ୍କ ଠାରୁ ବଟି ଆଦାୟ କରୁଥିବା ବିଭିନ୍ନ ଅସାମାଜିକ ସଂଗଠନ ଅଧିକ ବଟି ଦାବି କରି ଗାଡିଗୁଡିକୁ ଧରିବା ପାଇଁ ହରିୟାଣା ନିବାସୀ ଗୋ ଜ୍ଞାନ ଫାଉଣ୍ଡେସନର ଜଗପ୍ରୀତ ଲୋଥ୍ରାଙ୍କୁ ଡାକି ବାଲେଶ୍ୱର ଖନ୍ତାପଡା ଟୁଲ୍‌ଗେଟ୍‌ରେ ଠିଆ କରାଇ ଗାଡିଗୁଡିକୁ ସିଜ୍ କରାଉଥିଲେ । ତତ୍‌କାଳୀନ ବାଲେଶ୍ୱର ଏସ୍‌ଡିପିଓ ଅମରେନ୍ଦ୍ର ପଣ୍ଡାଙ୍କ କାର୍ଯ୍ୟାଳୟରେ ଜଗପ୍ରୀତ ଲୋଥ୍ରା ଓ ତାଙ୍କ ସହଯୋଗୀଙ୍କ ସହ ଆଇନ୍ ଅନୁଯାୟୀ ପଶୁ ପରିବହନ ପାଇଁ ଏକ ବୈଠକର ଆୟୋଜନ କରାଯାଇଥିଲା ।

ଏହି ସଂଗଠନ ଏଆଇଜେକ୍ୟୁ ଓ ହିନ୍ଦୁସ୍ଥାନ ଏନିମାଲ ଟ୍ରାନ୍ସପୋର୍ଟଙ୍କ ଦ୍ୱାରା ପଶୁଚାଷୀ ଓ ଗୋ ବ୍ୟବସାୟୀମାନଙ୍କୁ ପଶୁ ପରିବହନ ନିୟମ ୧୯୭୮ ଓ ୨୦୦୯ ର ଆଇନ୍ ବିଷୟରେ ବିସ୍ତାରରେ ବୁଝାଇ ନିୟମ ଅନୁଯାୟୀ ଏକ ୧୦ ଚକିଆ ଟ୍ରକ୍‌ରେ ୧୬ ଗୋଟି ଗୋରୁ ଭେଟ୍‌ନାରୀ ଫିଟ୍‌ନେସ୍ ସାର୍ଟିଫିକେଟ୍‌, ଖାଦ୍ୟ, ପାଣି, ଫାଷ୍ଟଏଡ୍ ଔଷଧ ସହ ଗୋରୁଗୁଡିକୁ ଓଜନ କରି ହିନ୍ଦୁସ୍ଥାନ ଏନିମାଲ ଟ୍ରାନ୍ସପୋର୍ଟ ଦ୍ୱାରା ସରକାରଙ୍କୁ ଟିକସ ପୈଠ କରି ଚାଲାଣ ସହ ୨୦୧୪, ୨୦୧୫ ଓ ୨୦୧୬ ମସିହାରେ ପୂର୍ବତନ ଡିଆଇଜି ଅସିତ୍ କୁମାର ପାଣିଗ୍ରାହୀ, ବାଲେଶ୍ୱର ଏସ୍‌ପି ଅବିନାଶ କୁମାର ଓ ଭଦ୍ରକ ଏସ୍‌ପି ଦିଲ୍ଲୀପ ଦାସ ଏବଂ ଥାନାଧିକାରୀ ମନୋଜ କୁମାର ରାଉତଙ୍କ ସମୟରେ ସମସ୍ତ କାଗଜପତ୍ର ଯାଞ୍ଚ କରି ୧୬ ଗୋଟି ଗୋରୁଙ୍କୁ ପରିବହନ କରାଯାଉଥିଲା । ହରିୟାଣାରୁ ଆସିଥିବା ଶ୍ରୀ ଲୋଥ୍ରା ନିୟମ ଅନୁଯାୟୀ ଚାଲିଥିବା ୨ ଶହରୁ ଉର୍ଦ୍ଧ୍ୱ ଗୋରୁ ଗାଡିଗୁଡିକର ଫଟୋ ଉଠାଇ ଆଇନ୍ ଅନୁଯାୟୀ ତାହା ପରିବହନ ହେଉଥିବାର ଜାଣି ଚାଲିଯାଇଥିଲେ । ୨୦୧୬ ମସିହାରେ ଆଇନ୍ ଅନୁଯାୟୀ ଗୋରୁ ପରିବହନ କରିବା ସମୟରେ ଭଦ୍ରକ ଟାଉନ୍ ଥାନାର କିଛି ତତ୍‌କାଳୀନ ପୁଲିସ୍ କର୍ମଚାରୀ କେତେକ ଅସାମାଜିକ ବ୍ୟକ୍ତିଙ୍କ ଇସାରାରେ ପଶୁ ପରିବହନ ନିୟମ ୧୯୭୮ ଅନୁଯାୟୀ ୧୦ ଚକିଆ ଟ୍ରକ୍‌ରେ ୧୬ ଗୋଟି ଗୋରୁ ଯାଉଥିବା ଚାଲାଣକୁ ଚିରି ଦେଇଥିଲେ । ଯାହାଦ୍ୱାରା ଅସାମାଜିକ ସଂଗଠନର ବ୍ୟକ୍ତିମାନଙ୍କୁ ତାଙ୍କ ବଟି ଟଙ୍କା ଦେବାରୁ ସେମାନେ ବେଆଇନ୍ ଗୋରୁ ପରିବହନରେ ସହଯୋଗ କରିଥିଲେ । ଯାହାଦ୍ୱାରା ସରକାର କୋଟି କୋଟି ଟଙ୍କା ହରାଇଲେ । ଏବେ ପୁରୁଣାବଜାର ଥାନାଧିକାରୀ ୨୦୧୨ ମସିହା ବୈଠକର ଏକ ପ୍ରୋସିଡିଂ ଧରି ନିୟମ ଅନୁଯାୟୀ ଗୋରୁ ପରିବହନ କରିବାକୁ ଦେବେନାହିଁ ବୋଲି କହି ସେଥିରେ ଅନ୍ତରାୟ ସୃଷ୍ଟି କରୁଛନ୍ତି । ଏହି ୨୦୧୨ ମିଟିଂ ପ୍ରୋସିଡିଂ ଜିଲା ପ୍ରଶାସନ, ଆରଟିଓ ଓ ସିଡିିଭିଓଙ୍କ ପାଖରେ ନାହିଁ । କିନ୍ତୁ ପୁରୁଣାବଜାର ଥାନାଧିକାରୀ ଆଇନ୍ ଅନୁଯାୟୀ ଗୋରୁ ପରିବହନ କରିବାକୁ ଦେବେନାହିଁ କହି ନିଜ ଜିଦ୍‌ରେ ଅଟଳ ଅଛନ୍ତି ।

୨୦୧୪ ମସିହାରେ ତତ୍‌କାଳୀନ ଭଦ୍ରକ ଜିଲାପାଳ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୁଲିସ୍ ବିଭାଗ, ଆରଟିଓ, ସିଡିଭିଓ, ଏସ୍‌ପିସିଏ, ଇନ୍ସିପେକ୍ଟର ଏବଂ ଅଲ୍ ଇଣ୍ଡିଆ ଜାମିଆତୁଲ କୁରୈସ ସଂସ୍ଥାର ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଇନ୍ ଅନୁଯାୟୀ ପଶୁ ପରିବହନ ପ୍ରସ୍ତାବ ଗୃହୀତ ହୋଇଥିଲା । ଏବଂ ଏହି ନିୟମ ୧୯୭୮ ଅନୁଯାୟୀ ଗୋ ପରିବହନ ଚାଲିଆସୁଥିଲା । ଯଦି କେନ୍ଦ୍ର ସରକାର ନୂତନ ଚାଷୀମାରଣ ନୀତି କେବଳ ଚାଷୀମାନଙ୍କ ହିତ ପାଇଁ ଫେରସ୍ତ ନେଇଗଲେ, ତେବେ ପଶୁ ପରିବହନ ନିୟମ ୧୯୭୮ ଓ ୨୦୦୯ ଆମେଣ୍ଡମେଣ୍ଟ ଆଇନ୍ ଅନୁଯାୟୀ ଗୋ ପରିବହନ କରିବାକୁ ଦିଆଯିବ ନାହିଁ କାହିଁକି ବୋଲି ଏହି ସଂସ୍ଥା ପ୍ରଶ୍ନ ଉଠାଇଛି । ପଶୁଚାଷୀ ଓ ଗୋରୁ ବ୍ୟବସାୟୀଙ୍କୁ ନିଜ ଜୀବିକା ବଂଚାଇବା ପାଇଁ ବେନିୟମ ଗୋରୁ ପରିବହନ କରିବା ପାଇଁ କାହିଁକି ବାଧ୍ୟ କରାଯାଉଛି ବୋଲି ସଂସ୍ଥା କହିଛି । ତେଣୁ ପଶୁ ପରିବହନ ନିୟମ ୧୯୭୮ ଆମେଣ୍ଡମେଣ୍ଟ ୨୦୦୯ ଆଇନ୍‌କୁ ପାଳନ କରି ସରକାରଙ୍କ ଆଇନ୍ ମୂଳେ ଗୋ ପରିବହନ କରିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପଶୁ ଚାଷୀ ଓ ଗୋରୁ ବ୍ୟବସାୟୀଙ୍କୁ ସହଯୋଗ କରିବା ନିମିତ୍ତ ସମସ୍ତ ଥାନାଧିକାରୀଙ୍କୁ ଆଦେଶ ଦେବା ପାଇଁ ଓଡ଼ିଶାରେ ବିକାଶ କରୁଥିବା ଚାଷୀପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂସ୍ଥା ଅନୁରୋଧ କରିଛି । ତେବେ ଏହି ଜିଲାପାଳ ଶ୍ରୀ ମାଝୀ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ପ୍ରଶାସନର ପୂର୍ବ ୧୯୭୮ ନିୟମ ଓ ୨୦୦୯ ଆମେଣ୍ଡମେଣ୍ଟ ଆଇନ୍‌କୁ ତନଖି କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.