Home ଆମ ପର୍ବ ପର୍ବାଣୀ ଅଲାରନାଥ ଅଣସରର ତୃତୀୟ ଦିନରେ ଶ୍ରଦ୍ଧାଳୁ ଆଣିଲେ ଫୁଲ ତୁଳସୀର ଭାର

ଅଲାରନାଥ ଅଣସରର ତୃତୀୟ ଦିନରେ ଶ୍ରଦ୍ଧାଳୁ ଆଣିଲେ ଫୁଲ ତୁଳସୀର ଭାର

82

ପୁରୀ ୭-୬ (ଓଡ଼ିଆ ପୁଅ) ଅଣସରର ତୃତୀୟ ଦିନରେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଲାଗିରହିଛି। ରାତ୍ରି ୪ଟାରୁ ଦ୍ଵାର ଫିଟା ହୋଇ, ମଙ୍ଗଳ ଆଳତି, ତଡ଼ପ ଲାଗି ହେବାପରେ, ସକାଳ ୫ଟା ରେ ଗୋପାଳ ବଲ୍ଲଭ ପରେ, ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ‌ହୋଇଛି। ଭକ୍ତମାନେ ଶୃଙ୍ଖଳିତ ଭାବରେ ଲାଇନ୍ ରେ ଯାଇ ମହାପ୍ରଭୁଙ୍କ ଅଣସର ବେଶକୁ ଦର୍ଶନ କରୁଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ଦ୍ଵାରା ଫୁଲ ତୁଳସୀର ଭାର ପହଁଚିଛି। ସୁଦୂର ଢେଙ୍କାନାଳ ଜିଲ୍ଲାରୁ ଚିତ୍ରକୁ ବାବା ଫୁଲ ତୁଳସୀର ଭାର ଆଣି ପହଁଚିଛନ୍ତି। ଅପରପକ୍ଷରେ ଶ୍ରୀମନ୍ଦିରର ଅଣସର ଗୃହରେ ଦଇତାପତି ସେବକଙ୍କ ଦ୍ଵାରା ଗୁପ୍ତ ନୀତି ଚାଲୁରହିଛି। ଆଜି ସକାଳୁ ଗୌଡିୟ ବୈଷ୍ଣବ ସମ୍ପ୍ରଦାୟର ଭକ୍ତମାନେ ଦର୍ଶନ ନିମନ୍ତେ ଅଧିକ ପହଁଚିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.