Home Top News ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସ ଭୁବନେଶ୍ୱର ଯିବାକୁ ରେଳବାଇର ସୂଚନା

ମୃତଦେହ ଚିହ୍ନଟ ପାଇଁ କେବଳ ଏମ୍ସ ଭୁବନେଶ୍ୱର ଯିବାକୁ ରେଳବାଇର ସୂଚନା

65

ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) ବଡ଼ ସୂଚନା: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଏବେ କେବଳ ଏମ୍ସ ହସ୍ପିଟାଲରେ ହିଁ ରହିବ। ଏମ୍ସରେ ହିଁ ରହିବ ସବୁ ମୃତଦେହ। ମୃତଦେହ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ଅନ୍ୟ ହସ୍ପିଟାଲ୍ ନଯିବାକୁ ଭାରତୀୟ ରେଳବାଇ ସୂଚନା ପ୍ରଦାନ କରିଛି।

ଅପର ପକ୍ଷରେ ଟ୍ରେନ୍ ଦୁର୍ଘଟଣାରେ ପରିଚୟ ମିଳୁନଥିବା ମୃତଦେହର ଡିଏନଏ ଟେଷ୍ଟ୍ କରାଯିବ। ଏହା ଦିଲ୍ଲୀରେ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, ଶୁକ୍ରବାରର କାଳ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ବାହାନଗାରେ ଏଖ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ମେନ ଲାଇନ୍‌ରେ ସବୁଜ ସଙ୍କେତ (ଗ୍ରୀନ ସିଗନାଲ) ଥିବା ସତ୍ତ୍ବେ ଲୁପ୍‌ ଲାଇନକୁ କରମଣ୍ଡଳ ଦ୍ରୁତଗତିରେ ଯାଇ ଦୁର୍ଘଟଣା ଘଟାଇଥିଲା।

ତେବେ ଅପର ପକ୍ଷରେ ୪୦ରୁ ଅଧିକ ମୃତ ଶରୀରରେ କୌଣସି ଆଘାତର ଚିହ୍ନ ନଥିବା ବେଳେ ଟୋପାଏ ବି ରକ୍ତ କେଉଁଠି ଦେଖିବାକୁ ମିଳି ନଥିଲା। ସେମାନଙ୍କ ଶରୀର କଳା ପଡ଼ି ଯାଇଥିଲା ବେଳେ ପୋଷାକ ମଧ୍ୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ପରେ ୧୧ କେଭି ବିଦ୍ୟୁତ ତାର ଛିଡ଼ି ଯିବାରୁ ଏହି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ସରକାରୀ ସୂଚନାରେ ଏଯାଏ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ସେଥିରୁ ୧୯୩ଟି ମୃତ ଦେହ ଭୁବନେଶ୍ବର ପହଞ୍ଚିଛି। ବାଲେଶ୍ବର ଓ ଭଦ୍ରକର ବିଭିନ୍ନ ଡାକ୍ତରଖାନାରୁ ମୃତକଙ୍କ ସଂଖ୍ୟା ମିଶିବା ପରେ ଏହା ୨୮୮ ବୋଲି କୁହାଯାଇଛି। ସେଥିରୁ ୨୦୫ ଶବ ଚିହ୍ନଟ କରାଯାଇଛି ଓ ତାହାକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ବାଲେଶ୍ବରର ୧୪, ମୟୂରଭଞ୍ଜର ୯, ଭଦ୍ରକର ୮, କଟକର ୩, ଯାଜପୁରର ୨, ଖୋର୍ଦ୍ଧାର ୨ ଓ କେଉଁଝର ଜିଲାର ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ମୋଟ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରୁ ୩୧ ଜଣ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୩ଟି ମୃତଦେହ ସଂରକ୍ଷିତ କରି ରଖାଯାଇଛି। ଯଦି ଏହାର ଦାବିଦାର କେହି ନ ମିଳନ୍ତି, ତେବେ ସମସ୍ତଙ୍କର ଡିଏନଏ ରିପୋର୍ଟ ରଖାଯିବ, ଯାହା ପରବର୍ତ୍ତୀ ସମୟରେ ଆଇନଗତ ଭାବେ ଚିହ୍ନଟ ପାଇଁ ସହଜ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.