Home Top News ଆରଏସଏସ ସର୍ଭେରୁ ବିଜେପିରେ ହାହାକାର, ମଧ୍ୟପ୍ରଦେଶରେ ଆସୁଛି କଂଗ୍ରେସ ସରକାର : କଂଗ୍ରେସର ବଡ଼ ଦାବି

ଆରଏସଏସ ସର୍ଭେରୁ ବିଜେପିରେ ହାହାକାର, ମଧ୍ୟପ୍ରଦେଶରେ ଆସୁଛି କଂଗ୍ରେସ ସରକାର : କଂଗ୍ରେସର ବଡ଼ ଦାବି

82

ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। କଂଗ୍ରେସ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏପରି ଏକ ବଡ଼ ଦାବି କରିଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ସମ୍ପର୍କରେ ଆରଏସଏସ ଦ୍ୱାରା କରାଯାଇଥିବା ସର୍ଭେକୁ ଉଲ୍ଲେଖ କରି ବିଜେପିକୁ ୫୫ ଟି ଆସନରୁ କମ ମିଳିବ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ ଏପରି କ୍ଷେତ୍ରେରେ ଏକ ମାଇଣ୍ଡଗେମ୍‌ ଖେଳିଥିବା ତଥା ମନୋବିଜ୍ଞାନ ଆଧାରରେ ଏପରି ଦାବି କରି ଫ୍ଲୋଟିଂ ଭୋଟରମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏକ ପ୍ରୟାସ କରିଛି ବୋଲି ରାଜନୈତିକ ପଣ୍ଡିତମାନଙ୍କର ମତ।

ତେବେ କଂଗ୍ରେସ ଟ୍ୱିଟକୁ ଲକ୍ଷକଲେ ଦେଖାଯାଉଛିଯେ, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ (ଆରଏସଏସ) କୁ ଉଲ୍ଲେଖ କରି ଆସନ୍ତା ବିଧାନସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ଏକ ବଡ଼ ଦାବି କରିଛି। କଂଗ୍ରେସ କହିଛି ଯେ ଆରଏସଏସ ସର୍ଭେ ଅନୁଯାୟୀ, ବିଜେପିରେ ଏକ ପ୍ରକାରର ହାହାକାର ସୃଷ୍ଟି ହୋଇଛି। ରାଜ୍ୟରେ କଂଗ୍ରେସ ସରକାର ଆସୁଛି। ଯେଉଁଠାରେ ବିଜେପି ୫୦ ରୁ କମ୍ ସିଟ୍ ପାଇବ।

ଅଲ ଇଣ୍ଡିଆ କଂଗ୍ରେସ କମିଟି ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରି କହିଛି, “ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଅନେକ ସର୍ଭେ ବାହାରିଛି, ଯେଉଁଥିରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ବିଜେପିକୁ ୫୫ ରୁ କମ୍ ଆସନକୁ ମିଳିବ ବୋଲି କଂଗ୍ରେସ ଟ୍ବିଟ କରି ଏଫରି ଦାବି କରିଛି। ୨୦୧୮ ରେ କଂଗ୍ରେସର ୧୫ ମାସର କାର୍ଯ୍ୟକାଳ ଏବଂ କମଲ ନାଥଙ୍କ ଭଳି ଜଣେ ଅବିସ୍ମରଣୀୟ ଏବଂ ଅଭିଜ୍ଞ ନେତାଙ୍କ ପ୍ରତି ଜନ ସମର୍ଥନ ରହିଛି।

କଂଗ୍ରେସ ଆହୁରି ଲେଖିଛି, “ବିଜେପି ଉପରେ ୧୮ ବର୍ଷର ଶାସନ ଏବଂ ଅସମ୍ପୂର୍ଣ୍ଣ ଘୋଷଣା ଯାହା ଗୁରୁତର ବିରୋଧୀ ତରଙ୍ଗର ରୂପ ନେଇଛି। ଗତ ୫ ମାସ ମଧ୍ୟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ ସର୍ଭେ ଗୁଡ଼ିକରେ ବିଜେପିର ଆସନ କ୍ରମାଗତ ଭାବେ ହ୍ରାସ ପାଉଛି। କେବଳ ଏତିକି ନୁହେଁ, ବିଜେପିର ସର୍ଭେରେ ଦଳର ଖରାପ ପ୍ରଦର୍ଶନର ସର୍ଭେ ଆସିବା ପରେ ମଧ୍ୟପ୍ରଦେଶ ବିଜେପିରେ ଅସନ୍ତୋଷ ଦେଖାଦେଇଛି ଏବଂ ୬୦% ବିଜେପି ବିଧାୟକଙ୍କ ଟିକେଟ୍ କଟାଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ତେବେ କଂଗ୍ରେସର ଦାବି ଅନୁଯାୟୀ ଗତ ୬ ମାସର ବିଭିନ୍ନ ସର୍ଭେ ବିଷୟରେ ଜାଣନ୍ତୁ

ଜାନୁଆରୀ ୨୦୨୩ରେ

ସଂଘର ଏକ ସର୍ଭେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଯେଉଁଥିରେ କୁହାଯାଇଥିଲାଯେ, ବିଜେପି ୧୦୩ ଟି ସିଟ୍ ପାଇ ସରକାରରୁ ବାହାର ହେବାକୁ ଯାଉଛି।

ଫେବୃଆରୀ ୨୦୨୩

କଂଗ୍ରେସର ଏକ ଆଧିକାରିକ ସର୍ଭେରୁ ଜଣାପଡିଥିଲାଯେ, ଯେଉଁଥିରେ ବିଜେପି ୯୫ ଟି ଆସନରେ ସୀମିତ ରହିବ।

ମାର୍ଚ୍ଚ ୨୦୨୩

ଇଣ୍ଟେଲିଜେନ୍ସର ଏକ ଗୋପନୀୟ ସର୍ଭେରେ ଲିକ୍ ହୋଇଥିଲା ଯେଉଁଥିରେ ବିଜେପି ୮୦ ରୁ କମ୍ ସିଟ୍ ପାଇବ ବୋଲି ଦେଖାଯାଉଥିଲା।

ଏପ୍ରିଲ୍ ୨୦୨୩

ଦୈନିକ ଭାସ୍କର ଏବଂ ଇଏମ୍‌ଏସ୍‌ ସମେତ ଅନେକ ସମ୍ବାଦ ପତ୍ର ସମୂହର ସର୍ଭେ ଭାଇରାଲ ହୋଇଥିଲା ଯେଉଁଥିରେ ବିଜେପିକୁ ୭୦ ଟି ଆସନରେ ସୀମିତ ରହିବ ବୋଲି କୁହାଯାଇଥିଲା।

ମଇ ୨୦୨୩

ଅନଲାଇନ୍ ଡିଜିଟାଲ୍ ପ୍ଲାଟଫର୍ମରେ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ବିଜେପି ମାତ୍ର ୬୫ ଟି ସିଟ୍ ପାଇବ ବୋଲି ଜଣାପଡିଥିଲା।

ଜୁନ୍ ୨୦୨୩

ନବଭାରତ ସମାଚାର ଏକ ସର୍ଭେ ପ୍ରକାଶ କରିଥିଲା ଯେଉଁଥିରେ କେବଳ ୫୫ ଟି ଆସନ ସହିତ ବିଜେପି କ୍ଷମତା ହରାଇବ ବୋଲି କୁହାଯାଇଥିଲା।

ଉପରୋକ୍ତ ସମସ୍ତ ସର୍ଭେର ଧାରା ଦର୍ଶାଉଛି ଯେ କଂଗ୍ରେସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଏବଂ ଜନତାଙ୍କ ସ୍ୱରରେ ପରିଣତ ହୋଇଛି। ଅନ୍ୟପକ୍ଷରେ ଦିନକୁ ଦିନ ବିଜେପିର ଅବସ୍ଥା ଖରାପ ହୋବାରେ ଲାଗିଛି। ଏହାର ଅର୍ଥ ଏହା ସ୍ପଷ୍ଟ ଯେ ଏଥର ବିଜେପିକୁ ୫୦ ରୁ କମ୍ ଆସନ ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.