Home ଓଡ଼ିଶା ନାରଦ ଷ୍ଟିଙ୍ଗ ଅପରେସନ୍ : ଆଇପିଏସ ଅଧିକାରୀ ଏସଏମଏଚ ମିର୍ଜା ଗିରଫ

ନାରଦ ଷ୍ଟିଙ୍ଗ ଅପରେସନ୍ : ଆଇପିଏସ ଅଧିକାରୀ ଏସଏମଏଚ ମିର୍ଜା ଗିରଫ

285

କୋଲକାତା ୨୬-୯ (ଓଡ଼ିଆ ପୁଅ) ସିବିଆଇ ନାରଦ ଷ୍ଟିଙ୍ଗ ଅପରେସନ୍ ରେ ଆଇପିଏସ୍ ଅଧିକାରୀ ଏସଏମଏଚ ମିର୍ଜାଙ୍କୁ ଗୁରୁବାରଦିନ ଗିରଫ କରିଛି। ଏହି ମାମଲାରେ ଏହା ପ୍ରଥମ ଗିରଫ। ମିର୍ଜାଙ୍କୁ ଗିରଫ କରି ବ୍ୟାଙ୍କଶାଲ କୋର୍ଟରେ ସିବିଆଇର ବିଶେଷ କୋର୍ଟରେ ହାଜର କରାଯାଇଛି। ଏହି ମାମଲାରେ ସିବିଆଇକୁ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି।

ମିର୍ଜାଙ୍କୁ ଷ୍ଟିଙ୍ଗ ଅପରେଶନର ଭିଡ଼ିଓ ଫୁଟେଜରେ ଲାଞ୍ଚ ନେଉଥିବାର ଦେଖା ଯାଇଥିଲା। ସିବିଆଇ ନାରଦ ଅପରେସନ୍ ରେ ମିର୍ଜାଙ୍କର ଭୂମିକାକୁ ନେଇ ପ୍ରଶ୍ନ ପଚାରିବାକୁ ଚାହୁଁଛି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ସହିତ ମିର୍ଜାଙ୍କର କ’ଣ ଦେବା-ନେବା ହୋଇଥିଲା, ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରିବ ସିବିଆଇ।

ତେବେ ଏହି ମାମଲାରେ –ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଚିବ ରାହୁଲ ସିହ୍ନା କହିଛନ୍ତି କି ଏହି ମାମଲାରେ ଶିଘ୍ର ହିଁ ଅନ୍ୟ ଅଭିଯୁକ୍ତମାନେ ଗିରଫ ହେବେ।

– ମାକପା ନେତା ବିକାସ ରଞ୍ଜନ ଭଟ୍ଟାଚାର୍ଯ୍ୟ କହିଛନ୍ତି କି ଏହି ଗିରଫ ବହୁତ ପୂର୍ବରୁ ହେବାର ଆବଶ୍ୟକଥିଲା।

ସୂଚନାଯୋଗ୍ୟଯେ, କେନ୍ଦ୍ରୀୟ ଅନ୍ଵେଷଣ ବ୍ୟୁରୋ (ସିବିଆଇ) ର ଭ୍ରଷ୍ଟାଚାର ରୋଧୀ ବ୍ୟୁରୋ ନାରଦ ଟେପ ଦୁର୍ନିତି ମାମଲାରେ ଆଇପିଏସ ଅଧିକାରୀ ଏସ ଏମ ଏଚ ମିର୍ଚା ଙ୍କୁ ଗତଦିନମାନଙ୍କରେ ଅନେକ ଥର ପଚରା ଉଚରା କରିଥିଲା। ଦୁର୍ନିତି ମାମଲାରେ ମିର୍ଜାଙ୍କର ଭୂମିକାକୁ ଜାଞ୍ଚ କରିବା ପାଇଁ ଜାଞ୍ଚ ଏଜେନ୍ସୀର ଅଧିକାରୀମାନେ ଗତ ଜୁଲାଇରେ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ତାଙ୍କୁ ପଚରା ଉଚରା କରିଥିଲେ।

ନାରଦ ଟେପରେ ପୁଲିସ ଅଧିକାରୀଙ୍କୁ କିଛି ନେତାଙ୍କର ଇଙ୍ଗିତରେ ଜଣେ କଥିତ କାରୋବାରୀଠାରୁ ନଗଦ ନେଉଥିବାର ଦେଖାଯାଇଥିଲା। ନାରଦ ନ୍ୟୁଜ୍ ପୋର୍ଟାଲର ମ୍ୟାଥ୍ୟୁ ସାମ୍ୟୁଏଲ୍ସ ନିଜେ ଜଣେ ବ୍ୟବସାୟୀ କହି ଏକ ଷ୍ଟିଙ୍ଗ ଅପରେସନ କରିଥିଲେ ଯେଉଁଥିରେ ତୃଣମୂଳ କଂଗ୍ରେସର ନେତାମାନଙ୍କ ଇଙ୍ଗିତରେ ଆଇପିଏସ ଅଧିକାରୀଙ୍କୁ କିଛି କାମ ବଦଳରେ ନଗଦ ନେଉଥିବାର ଦେଖା ଯାଉଥିଲା। ମିର୍ଜା ଅବିଭାଜିତ ବର୍ଦ୍ଧମାନର ପୁଲିସ ଅଧୀକ୍ଷକ ଥିଲେ ଯେତେବେଳେ ସାମୁଏଲ୍ସ ଏହି ଷ୍ଟିଙ୍ଗ ଅପରେଶନ କରିଥିଲେ। ୨୦୧୪ରେ କରାଯାଇଥିବା ଏହି ଷ୍ଟିଙ୍ଗ ଅପରେସନର ଭିଡ଼ିଓ ଫୁଟେଜ ୨୦୧୬ ରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନ୍ୟୁଜ୍ ପୋର୍ଟାଲରେ ଅପଲୋଡ କରାଯାଇଥିଲା ଏବଂ ଏହା ଫଳରେ ରାଜ୍ୟର ରାଜନୀତିରେ ଉଷ୍ମତା ଆସିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.