Home ଓଡ଼ିଶା ଅର୍ଥ ହେରଫେର ମାମଲାରେ ପିଇଓ ନିଲମ୍ବିତ

ଅର୍ଥ ହେରଫେର ମାମଲାରେ ପିଇଓ ନିଲମ୍ବିତ

91

ସାନଖେମୁଣ୍ଡି,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ଆର୍ଥିକ ଅନିୟମିତତା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କାଂସମାରି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଇଶାକ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସରକାରୀ ପ୍ରକଳ୍ପ ବାବଦକୁ ଆସିଥିବା ଟଙ୍କାରୁ ପ୍ରାୟ ୪ ଲକ୍ଷ ୪୩ ହଜାର ୨୨୮ ଟଙ୍କା ଇଶାକ ହେରଫେର କରିଥିବା ପୂର୍ବରୁ  ଅଭିଯୋଗ ହୋଇଥିଲା । ତେବେ ବର୍ତ୍ତମାନ ଆର୍ଥିକ ହେରଫେର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ନ ଦେବା ପର୍ଯ୍ୟନ୍ତ ସେ ନିଲମ୍ବିତ ହୋଇ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । ନିଲମ୍ବନ ସମୟରେ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜିରା ପକେଇବେ ବୋଲି ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.