Home ଓଡ଼ିଶା ଅବହେଳିତ ବନ୍ଧମୁଣ୍ଡା ପଂଚାୟତରେ ଟିକାକରଣ ବିଳମ୍ବ ଅଭିଯୋଗ

ଅବହେଳିତ ବନ୍ଧମୁଣ୍ଡା ପଂଚାୟତରେ ଟିକାକରଣ ବିଳମ୍ବ ଅଭିଯୋଗ

55

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)– ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ର ସର୍ବବୃହତ ଗ୍ରାମପଂଚାୟତ ହେଉଛି  ବନ୍ଧମୁଣ୍ଡା ଗ୍ରାମ ପଂଚାୟତ । ଯାହାକି ୨୪ ଗୋଟି ରାଜସ୍ୱ ଗ୍ରାମ ଓ ତିନି ଗୋଟି ପଡା ଗ୍ରାମକୁ ନେଇ ରିଜର୍ଭ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ସେ ପଂଚାୟତ ଏବେ ବି ଅପଂହଚ ହୋଇ ରହିଅଛି । କେବଳ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ଉଦ୍ୟମରେ ପଂଚାୟତ ମୁଖ୍ୟାଳୟ ଓ ବାଣପୁର  ପରିସୀମା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସଂଯୋଗୀ କରଣ କରାଯାଇଛି । ଏବେ ବି ଅନେକ ଗ୍ରାମକୁ ଯିବା ପାଇଁ ହେଲେ ପାହାଡ ଜଙ୍ଗଲ ଚଢି ପାଦରେ ଚାଲି ଚାଲି ଯିବାକୁ ପଡିଥାଏ । ପ୍ରାୟ ଅଧିକାଂଶ ଅଧିବାସୀ ଅଭାବ ସମୟରେ ଜଙ୍ଗଲର ଫଳ ମୂଳ ପତ୍ର ଖାଇ ବଂଚିଥାନ୍ତି । ଲୋକମାନଙ୍କ ମଧ୍ୟରେ ଏବେ ବି ପୃଷ୍ଟି ହୀନତା ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଦେଖିବାକୁ ମିଳିଥାଏ ।

ସେ ପଂଚାୟତ ସାନବେତୁଲି ଗ୍ରାମରେ କରୋନା ସଂକ୍ରମିତ ହୋଇ ଲୋକେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେଇ ପଂଚାୟତରେ କରୋନା ପରୀକ୍ଷଣ ଠିକ୍ ଭାବରେ କରାଯାଉନାହିଁ ଓ ଟିକାକରଣ ଆରମ୍ଭ ହୋଇନାହିିଁ ବୋଲି ସରକାରଙ୍କ ଘୋଷିତ ଜିଲ୍ଲାପାଳ ତଥା ସରପଂଚ ଅଜୟ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି । ଏ ସଂର୍ପକେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର କରୋନା ମୁକାବିଲା ଦାୟିତ୍ୱରେ ଥିବା ଡାକ୍ତର ବୈଦନାଥ ନନ୍ଦ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ସେ ପଂଚାୟତରେ କରୋନା ସଚେତନତା ର ଅଭାବ ରହିଛି । ଯାହାଫଳରେ ପରୀକ୍ଷଣକୁ ସହଯୋଗ କରୁନଥିବା ସ୍ୱାସ୍ଥ୍ୟକର୍ମୀ ମାନେ କହୁଛନ୍ତି । କିନ୍ତୁ ସରପଂଚଙ୍କ ତରଫରୁ  ସହଯୋଗ ମିଳିଲେ ଆସନ୍ତା ସପ୍ତାହରେ ଟିକାକରଣ କରାଯିବ । ଅବହେଳିତ ଗ୍ରାମ ପଂଚାୟତ ବନ୍ଧମୁଣ୍ଡା ର ଅନେକ ଗ୍ରାମରେ ଏବେ ବି ଲୋକେ ଜ୍ୱର ରେ ଆକ୍ରାନ୍ତ ହୋଇ ଗ୍ରାମାଂଚଳରେ ଥିବା ଅନଭିଜ୍ଞ ଚିକିତ୍ସକଙ୍କ ଠାରୁ ଚିକିତ୍ସା ହେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.