Home ଓଡ଼ିଶା ରାଜ ସୁନାଖଳାରେ  ସନ୍ଥ କବି ଭକ୍ତ ଚରଣ ଦାସଙ୍କ ଜୟନ୍ତୀ ପାଳନ

ରାଜ ସୁନାଖଳାରେ  ସନ୍ଥ କବି ଭକ୍ତ ଚରଣ ଦାସଙ୍କ ଜୟନ୍ତୀ ପାଳନ

177

ନୟାଗଡ/୨୪/୧୧/(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରାଜ ସୁନାଖଳା ଭକ୍ତ ଚରଣ କ୍ଲବ ତରଫରୁ କୋଭିଡ୍ କଟକଣା ମଧ୍ୟରେ ସନ୍ଥ କବି ଭକ୍ତ ଚରଣ ଦାସ ଙ୍କର ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି । ଭକ୍ତ ଚରଣ ଦାସ ଓଡିଆ ଭାଷା ଆନ୍ଦୋଳନ ରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ରାଜ ସୁନାଖଳା ବୃନ୍ଦାବନ ଚନ୍ଦ୍ର ଦେବ ଙ୍କ ପୀଠରେ ସାଧନା କରିଥିଲେ । ସାଧନା ରେ ସିଦ୍ଧି ଲାଭ କରି ମନବୋଧ ଚଉତିଷା ଓ ମଥୁରା ମଙ୍ଗଳ ସହ ଅନେକ କାବ୍ୟ ରଚନା କରି ଓଡିଆ ଭାଷା କୁ ସମୃଦ୍ଧ କରିବା ସହ ଓଡିଶାର ପୁରପଲ୍ଲୀ ରେ ପରଚିତ ହୋଇଥିଲେ । ସେହି ମହାତ୍ମା ଙ୍କ ଜୟନ୍ତୀ ଉତ୍ସବ ରେ ବୃନ୍ଦାବନ ଚନ୍ଦ୍ର ଦେବ ଙ୍କୁ ସକାଳୁ ମାର୍ଜନା କରାଯାଇଥିଲା  ପରେପରେ ମନବୋଧ ଚଉତିଷା ଓ ମଥୁରା ମଙ୍ଗଳ ପାଠ କରାଯାଇଥିଲା  ।

ଉପସ୍ଥିତ ବ୍ୟକ୍ତି ମାନେ ସନ୍ଥ କବି ଭକ୍ତ ଚରଣ ଦାସ ଙ୍କର ସ୍ମୃତି ଗାନ କରିଥିଲେ । ଇଂ  ଦେବାଶିଷ ପଟ୍ଟନାୟକ , ସଚ୍ଚୀକାନ୍ତ ସଢଙ୍ଗୀ, ପୁର୍ଣ୍ଣ ଚନ୍ଦ୍ର ନାୟକ , ଭକ୍ତ ଚରଣ କ୍ଲବର ସଭାପତି ସତ୍ୟ ନାରାୟଣ ମହାପତ୍ର  ଓ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନଙ୍କ ସହ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ । ପ୍ରତି ବର୍ଷ ଏହି ଜୟନ୍ତି ଉତ୍ସବ ତିନି ଦିନ ଧରି ପାଳନ କରାଯାଇଥାଏ । ଚଳିତ ବର୍ଷ କୋଭିଡ୍ କଟକଣା କୁ ମାନି ଗୋଟିଏ ଦିନରେ ଅନୁଷ୍ଠିତ ହୋଇଯାଇଅଛି । ଅନ୍ୟ ସମସ୍ତ କାର‌୍ୟ୍ୟକ୍ରମ କୁ ବାତିଲ୍ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.