Home ଓଡ଼ିଶା ଅର୍ଥନୈତିକ ଜନଗଣନା ନେଇ ବୈଠକ

ଅର୍ଥନୈତିକ ଜନଗଣନା ନେଇ ବୈଠକ

194

ସମ୍ବଲପୁର, ୭/୧୧ – (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାରେ ସପ୍ତମ ଅର୍ଥନୈତିକ ଭିତ୍ତିକ ଜନଗଣନା କାର୍ଯ୍ୟ ଚାଲୁ ଅଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର ଓ ରେଢ଼ାଖୋଲର ଉପଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଳାର ୧୩୮ଟି ଗ୍ରାମପଞ୍ଚାୟତ, କୁଚିଣ୍ଡା, ରେଢ଼ାଖୋଲ, ସମ୍ବଲପୁର ସହରାଞ୍ଚଳରେ ଥିବା ସମସ୍ତ ଅର୍ଥନୈତିକ ଭିତ୍ତିକ ସଂସ୍ଥାର ପୁଙ୍ଖାନୁପୁଙ୍ଖ ଗଣନା କରାଯିବ। ଗ୍ରାମାଞ୍ଚଳ ଗୁଡ଼ିକରେ ଥିବା କୁଟୀର ଶିଳ୍ପ ଓ ଅନ୍ୟାନ୍ୟ ଅର୍ଥନୈତିକ ଶିଳ୍ପ, ସହରାଞ୍ଚଳ ଗୁଡ଼ିକରେ ଥିବା ଛୋଟବଡ଼ ସମସ୍ତ ଶିଳ୍ପାଞ୍ଚଳ ଗୁଡ଼ିକର ଗଣନା କରାଯିବ। ଏହି ଜନଗଣନାକାରୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗଣନା କରୁଥିବା ବେଳେ ସମସ୍ତ ସଂସ୍ଥା ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.