Home କେନ୍ଦୁଝର ଅରିନ୍ଦମଙ୍କ ବିୟୋଗରେ କ୍ୟାଣ୍ଡଲ ଶୋଭାଯାତ୍ରା

ଅରିନ୍ଦମଙ୍କ ବିୟୋଗରେ କ୍ୟାଣ୍ଡଲ ଶୋଭାଯାତ୍ରା

46

ହାଟଡିହି, ୨୫ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ମାଟିର ବରପୁତ୍ର ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ଆଜି ଲକ୍ଷ୍ମୀନାରାୟଣ ୟୁଥ କ୍ଲବ ସଂଯୋଜନାରେ ଚୋରଗଡିଆ ଛକ ଠାରୁ ଛେନାପଦିଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଯୁବ ବିଜେଡିର ଜିଲ୍ଲା ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଯେନା, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ସନ୍ତୋଷ କୁମାର ନାୟକ, ସୁରେନ୍ଦ୍ର କୁମାର ସା, ଶିକ୍ଷକ ତପନ କୁମାର ନାୟକ, ସନ୍ଦିପ ସାମଲ, ମନୋରଞ୍ଜନ ନାୟକ, ସଞ୍ଜିବ ନାୟକ, ଦିବ୍ୟ ରଞ୍ଜନ ନାୟକ, ମନୋ ରଞ୍ଜନ ଦାସ, ସୌଭାଗ୍ୟ ରଞ୍ଜନ ଜେନା, ଅମିତ ସାମଲ, ଅକ୍ଷୟ ବେହେରା, ମନୋଜ ସାହୁ, ଶରତ ବେହେରା, ଶ୍ରୀକାନ୍ତ ରାଉତଙ୍କ ସମେତ ଲକ୍ଷ୍ମୀନାରାୟଣ ୟୁଥ କ୍ଲବର ସମସ୍ତ ସଦସ୍ୟମାନେ ଯୋଗଦେଇ ଚୋରଗଡିଆ ଓ ଛେନାପଦି ମାର୍କେଟ ପରିକ୍ରମା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.