Home ଜିଲ୍ଲା ପରିକ୍ରମା ସମାଜସେବିକା ପ୍ରୀତିରେଖା ରାୟଙ୍କ ପରଲୋକ

ସମାଜସେବିକା ପ୍ରୀତିରେଖା ରାୟଙ୍କ ପରଲୋକ

46

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ପ୍ରାୟ ୪.୩୦ ମିନିଟ୍ ସମୟରେ ଭଦ୍ରକର ବିଶିଷ୍ଟ ଅଧିବକ୍ତା ତଥା ସମାଜସେବୀ ସ୍ୱର୍ଗତଃ ଗୋଲକ ରାୟଙ୍କ କନିଷ୍ଠ ପୁତ୍ରବଧୂଙ୍କର ଏକ ଆକସ୍ମିକ ଭାବେ ମୃତ୍ୟୁ ଘଟିଛି । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ରାୟଙ୍କର କନିଷ୍ଠ ପୁତ୍ର ଅବସରପ୍ରାପ୍ତ ଇଂରାଜୀ ବିଭାଗର ରିଡର ପ୍ରଦୀପ୍ତ ରାୟଙ୍କର ପତ୍ନୀ ପ୍ରୀତିରେଖା ରାୟ (୫୭) ତାଙ୍କର ସହରର ବୁଦ୍ଧବିହାରସ୍ଥିତ ବାସଭବନରେ ଶୌଚ ହେବାକୁ ଯାଇ ପଡିଯାଇଥିଲେ । ଅଚେତ ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ସ୍ୱର୍ଗତଃ ରାୟ ଜଣେ ପରୋପକାରୀ ଓ ସୁଗୃହିଣୀ ଥିଲେ । ତାଙ୍କର ଏହି ମୃତ୍ୟୁ ଖବର ପାଇ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ମର ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ତାଙ୍କ ମର ଶରୀର ନିକଟରେ ପରିବାର ବର୍ଗ, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.