Home ଜିଲ୍ଲା ପରିକ୍ରମା ଅଯୋଗ୍ୟଙ୍କୁ ମିଳୁଛି ଆବାସ କାର୍ଯ୍ୟାଦେଶ: ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନାହିଁ

ଅଯୋଗ୍ୟଙ୍କୁ ମିଳୁଛି ଆବାସ କାର୍ଯ୍ୟାଦେଶ: ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନାହିଁ

27

ନୟାଗଡ଼ ୨୩/୦୭ (ଓଡ଼ିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ଓ କେନ୍ଦ୍ର ସରକାର କାହାକୁ ମାଟି କଚ୍ଚା କାନ୍ଥ ଓ ଚାଳଘରେ ରହିବାକୁ ଦିଆଯିବ ନାହିଁ ବୋଲି ଆବାସ ଯୋଜନା ଆରମ୍ଭ କରି ବିଶେଷ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ କେଉଁଠି କେଜାଣି ଯୋଜନା ଅଣଦେଖା ହେଉଛି। ଯାହାଫଳରେ ଯୋଗ୍ୟ ହିତାଧିକାରୀ ତାଲିକାରେ ନାମ ଥିଲେ ମଧ୍ୟ ମିଳୁନୀ ଆବାସ ଯୋଜନା କାର୍ଯ୍ୟାଦେଶ। ସେଭଳି ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଡମସାହି ଗ୍ରାମପଞ୍ଚାୟତରେ। ଡମସାହି ଗ୍ରାମଞ୍ଚାୟତର ଡମସାହି ଗ୍ରାମ ହରିହର ପଲେଇ (୭୨) ଜଣେ ନିରୀହ ଦାରିଦ୍ରତା ସୀମାରେଖା ତଳେଥିବା ଆବାସ ଯୋଜନା ପାଇଁ ଯାଗ୍ୟ ହିତାଧିକାରୀ।

ଗତବର୍ଷ ଠାରୁ ଯୋଗ୍ୟ ହିତାଧିକାରୀ ତାଲିକାରେ ନାମଥିଲେ ସୁଦ୍ଧା ତାଙ୍କୁ କାର୍ଯ୍ୟାଦେଶ ମିଳିନାହିଁ। ଏନେଇ ଡମସାହି ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିନବନ୍ଧୁ ଦାସଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଗତ ବର୍ଷ ଠାରୁ ତାଙ୍କର ଆବାସ ଯୋଜନା ହୋଇ ସାରିଛି। ସେ ରଣପୁର ବ୍ଲକରୁ ଯାଇ କାର୍ଯ୍ୟାଦେଶ ଆଣିବା କଥା। ରଣପୁର ବି ଡି ଓ ଦାୟିତ୍ୱରେ ଥିବା ଓଡଗାଁ ବି ଡି ଓ ସ୍ୱାତୀରେଖା ଦାସଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ, କାର୍ଯ୍ୟାଦେଶ ବଣ୍ଟନ ପାଇଁ କୌଣସି ସରକାରୀ ନିର୍ଦ୍ଦେଶନାମା ଆସିନାହିଁ। ଆସିଲେ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.