Home ଜିଲ୍ଲା ପରିକ୍ରମା ଅପହଂଚ ବନ୍ଧମୁଣ୍ଡାକୁ ମୋବାଇଲ ନେଟୱାର୍କ ପହଂଚିବା ନିଷ୍ପତି

ଅପହଂଚ ବନ୍ଧମୁଣ୍ଡାକୁ ମୋବାଇଲ ନେଟୱାର୍କ ପହଂଚିବା ନିଷ୍ପତି

35

ନୟାଗଡ଼ ୨୨/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅପହଂଚ ଅଂଚଳ ଭାବେ ପରିଚିତ। ସ୍ୱାଧିନତାର ୭୦ ବର୍ଷ ପରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଉଦ୍ୟମରେ ବନ୍ଧମୁଣ୍ଡା ପଞ୍ଚାୟତ ବାସୀ ପିଚୁ ରାସ୍ତା ଓ ବିଦ୍ୟୁତ ଆଲୋକ ଦେଖିଥିଲେ। କିନ୍ତୁ ବର୍ତ୍ତମାନର ଡିଜିଟାଲ ଯୁଗରେ ଅପହଂଚ ରହିଯାଇଥିଲା ନେଟୱାର୍କ ସେବା। ଯାହାଫଳରେ ଗ୍ରାମପଞ୍ଚାୟତର ସରକାରୀ କାର୍ଯ୍ୟଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିଲା। ସେଭଳି ଭାବରେ ପଟିଆ ଗ୍ରାମଞ୍ଚାୟତ ଓ ରାଇପଡା ଗ୍ରାମପଞ୍ଚାୟତର କିଛି ଗ୍ରାମ ମଧ୍ୟ ନେଟୱାର୍କ ସେବା ବାହାରେ ଥିଲା। ଏ ନେଇ ରଣପୁର ବିଧାୟକଙ୍କ ନିକଟରେ ପଞ୍ଚାୟତ ବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତରେ ଭାରତ ସଂଚାର ନିଗମର ଏକ ନେଟୱାର୍କ ଟାୱାର ନିର୍ମାଣ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ନିଗମ ଅର୍ଥ ଅଭାବ ଦର୍ଶାଇ ଟାୱାର ନିର୍ମାଣରେ ଅବହେଳା ପ୍ରଦର୍ଶନ କରି ଆସୁଥିଲା।

ଅପହଂଚ ଅଂଚଳ ଜନ ସାଧାରଣଙ୍କ ଅନୁରୋଧ ରକ୍ଷା କରି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଦୂର ସଂଚାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ଦୂର ସଂଚାର ବିଭାଗ ଓ ଘରୋଇ ସଂଚାର ବିଭାଗ କର୍ମକର୍ତ୍ତା ମାନଙ୍କୁ ଡକାଇ ଏକ ବୈଠକ କରିଥିବା ଜଣାପଡିଛି। ବିଧାୟକ, ମନ୍ତ୍ରୀ ଓ ଦୂର ସଂଚାର ବିଭାଗ ବିଭିନ୍ନ କମ୍ପାନୀ ଅଧିକାରୀମାନେ ଯୋଗ ଦେଇଥିଲେ। ବହୁ ଆଲୋଚନା ସମୀକ୍ଷା ପରେ ଘରୋଇ ଦୂରସଂଚାର ବିଭାଗ କର୍ମକର୍ତ୍ତା ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତରେ ନେଟୱାର୍କ ଟାୱାର ନିର୍ମାଣ କରିବେ ବୋଲି ପ୍ରତିଶୃତି ଦେଇଥିବା ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଖବର ପାଇବା ପରେ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ, ପଟିଆ ଓ ରାଇପଡ଼ା ଗ୍ରାମପଞ୍ଚାୟତର କିଛି ଆଦିବାସୀ ଅଧ୍ୟୁଷିତ ଅଂଚଳ ଲୋକମାନେ ବିଧାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.