Home ଜିଲ୍ଲା ପରିକ୍ରମା ଅମୃତ ଜଳ ଯୋଗାଣ ବ୍ୟବସ୍ଥାକୁ ୫ ବର୍ଷ ପୂରିଲା, ୧୦ ହଜାରରୁ ଉର୍ଦ୍ଧ ଉପଭୋକ୍ତା ପାନୀୟ...

ଅମୃତ ଜଳ ଯୋଗାଣ ବ୍ୟବସ୍ଥାକୁ ୫ ବର୍ଷ ପୂରିଲା, ୧୦ ହଜାରରୁ ଉର୍ଦ୍ଧ ଉପଭୋକ୍ତା ପାନୀୟ ଜଳ ଅପେକ୍ଷାରେ

53

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଅମୃତ ଜଳ ଯୋଗାଣ ବ୍ୟବସ୍ଥା କୁ ଇତିମଧ୍ୟରେ ୫ ବର୍ଷ ପୁରିଲା ହେଲେ ସହରରେ ଏଯାଏ କାର୍ଯ୍ୟକାରୀ ହୋଇ ପାରିଲାନି ଏହି ଯୋଜନା । ପଦ୍ମ ଘୁଂଚି ଘୁଂଚି ଯିବା ଭଳି ଯୋଜନାର ଅବଧି ବର୍ଷ ବର୍ଷ ଧରି ଗଡି ଚାଲିଛି । ହେଲେ ଯୋଜନା ସଂପୁର୍ଣ୍ଣ ହେଉନାହିଁ କିମ୍ଭା ସହରବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ସମ୍ଭବ ହେଉନାହିଁ । ଫଳରେ ପାଇପ ଯୋଗେ ପାନୀୟଜଳ ନେବାକୁ ଜିଲ୍ଲା ଜନସ୍ୱାସ୍ଥ୍ର ବିଭାଗ ନିକଟରେ ନାମ ପଞ୍ଜିକରଣ କରି ଅପେକ୍ଷା କରି ପଡି ରହିଛନ୍ତି ୧୦ ହଜାରରୁ ଉର୍ଦ୍ଧ ଗ୍ରାହକ । ତେଣେ ସହରରେ ପାଇପଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ ହେଉଥିବା ଜାଣି ପୌରପାଳିକା ପକ୍ଷରୁ ବସାଯାଇଥିବା ନଳକୂପ ଗୁଡିକର ରକ୍ଷଣାବେକ୍ଷଣ ବନ୍ଦ କରିଦିଆଯିବା ଯୋଗୁ ସହରରେ ଏବେ ଅର୍ଦ୍ଧାଧିକ ନଳକୂପ ଅଚଳ ହୋଇ ପଡିଥିବା ବେଳେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ନିଜର ସତା ହରାଇ ବସିଛି । ଆଗକୁ ଖରାଦିନ ଆସୁଥିବା ବେଳେ ସହରରେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଏହି ଧରଣର ଅବ୍ୟବସ୍ଥା ସହରବାସୀଙ୍କୁ ଗୁରୁତର ପାନୀୟଜଳ ସଙ୍କଟରେ ପକାଇବା ର ଆଶଙ୍କା ସୃଷ୍ଟି କରିଛି । ଭଦ୍ରକ ସହରକୁ ଅମୃତ ଯୋଜନାରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ସକାସେ ଗତ ୨୦୧୬ ମସିହାରେ ଭଦ୍ରକ ସହରକୁ ଅମୃତ ଯୋଜନାରେ ସାମିଲ କରାଯାଇଥିଲା । ସହରବାସୀଙ୍କୁ ପାଇପଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ସକାସେ ସରକାରଙ୍କ ପକ୍ଷରୁ ଭଦ୍ରକ ସହରରେ ପ୍ରାୟ ୮୧ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା ଏକ ମେଗା ପାଇପ ଜଳଯୋଗାଣ ବ୍ୟବସ୍ଥା ।

ଯୋଜନାରେ ଏକାଧିକ ପମ୍ପ ହାଉସ ନିର୍ମାଣ ସହିତ ଭଦ୍ରକ ସହରାଂଚଳରେ ୨୦ ହଜାର ପରିବାରଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ୨୧୩ କିମ ଅଂଚଳକୁ ପାଇପ ଲାଇନ ବିଛାଇବାକୁ ବ୍ୟବସ୍ଥା ହୋଇଥିଲା । ତଦନୁଯାଇ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୨୦୧୭ ମସିହାରେ ଏଥିନେଇ ଟେଣ୍ଡର ଡକାଯାଇ ପାଇପ ବିଛା କାମ ଆରମ୍ଭ ହୋଇଥିଲା । ଯୋଜନା ଅଟକଳ ଅନୁଯାଇ ୨ ବର୍ଷରେ ଅର୍ଥାତ ୨୦୧୯ ମସିହା ସୁଦ୍ଧା ଏହି ପ୍ରକଳ୍ପ ସଂପୁର୍ଣ୍ଣ ହେବା କଥା ହେଲେ ୨୦୧୯ ଯାଇ ୨୦୨୧ ମସିହା ହେଲା ହେଲେ ପ୍ରକଳ୍ପ ନିର୍ମାଣ ସରିଲାନି କିମ୍ଭା ସହରବାସୀଙ୍କୁ ଆଜିସୁଦ୍ଧା ପାଇପଯୋଗେ ବିଶୁଦ୍ଧ ପାନୀୟଜଳ ଟୋପାଏ ମିଳିଲାନି । ଯୋଜନା କାର୍ଯ୍ୟକାରୀ ହେବା ଆଗରୁ ଭଦ୍ରକ ସହରରେ ଜନସ୍ୱାସ୍ଥ୍ୟ ବିଭାଗ ଅଧିନରେ ହାତଗଣତି ଭାବେ ମାତ୍ର ହଜାରେ ରୁ ବାରଶହ ଉପଭୋକ୍ତା ରହିଥିବା ବେଳେ ଏବେ ଏହି ସଂଖ୍ୟା ୧୦ ହଜାରକୁ ଟପିଯାଇଥିବା କହିଛନ୍ତି ବିଭାଗିୟ ଏସଡିଓ ମନୋରଂଜନ ଜେନା । ଆଗକୁ ଏହି ସଂଖ୍ୟା ଆହୁରୀ ବୃଦ୍ଧିପାଇବ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ସେହିଭଳି ଯୋଜନା ସଂପୁର୍ଣ୍ଣ ହେବା ସ୍ଥିତିରେ ପହଁଚିଥିବା ବେଳେ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀହେବା ନିଶ୍ଚିତ ବୋଲି କହିଛନ୍ତି ବିଭାଗିୟ ଏସଡିଓ । ଅନ୍ୟପକ୍ଷରେ ବିଭାଗିୟ ଏସଡିଓ ଆଗାମୀ ମାସରେ ସହରବାସୀଙ୍କୁ ଅମୃତ ଯୋଜନାରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ ବୋଲି କହୁଥିବା ବେଳେ ତେଣେ ଅଧିକାଂଶ ସ୍ଥାନରେ ଏବେ ମଧ୍ୟ ପାଇପ ବିଛା କାମ ସରିନଥିବା ଜଣା ପଡିଛି । ସେହିଭଳି ତୃଟିପୁର୍ଣ୍ଣ ପାଇପ ବିଛା ଯୋଗୁ ଅଧିକାଂଶ ସ୍ଥାନରେ ପାଇପ ଫାଟି ଅଥବା ଲିକେଜ୍ ହୋଇ ରାସ୍ଥାରେ ପାଣିଭାଷୁଛି । କେତେକ ସ୍ଥାନରେ ଡ୍ରେନପାଣି ପାଇପ ଦେଇ ପ୍ରବାହିତ ହେଉଛି । ଫଳରେ ପୌରପାଳିକାରକେତେକ ଅଂଚଳରେ ଲୋକେ ପାଇପ ଯୋଗେ ଡ୍ରେନପାଣି ବ୍ୟବହାର କରୁଥିବା ଜଣାପଡିଛି । ଏହି ଧରଣର ଅଭିଯୋଗ ଭଦ୍ରକ ପୈାରପାଳିକା ୱାର୍ଡନଂ ୧୭ କଦମ୍ଭବେଢା-ପୁରୁଣାବଜାର ରାସ୍ତାର ଚୁଡାମିଲ ନିକଟରେ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.