Home ଜିଲ୍ଲା ପରିକ୍ରମା ରୋଭର୍ସ କପ୍ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ, ଯାଜପୁରର ମହାଲକ୍ଷ୍ମୀ ଟିମ୍‌କୁ ହରାଇ ଭଦ୍ରକର ରୋଭର୍ସ କ୍ଲବ ଚମ୍ପିୟାନ

ରୋଭର୍ସ କପ୍ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ, ଯାଜପୁରର ମହାଲକ୍ଷ୍ମୀ ଟିମ୍‌କୁ ହରାଇ ଭଦ୍ରକର ରୋଭର୍ସ କ୍ଲବ ଚମ୍ପିୟାନ

18

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ସ୍ଥିତ ମହାବୀର ପଡ଼ିଆରେ ରୋଭର୍ସ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରୋଭର୍ସ କପ୍ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଯାଜପୁର ଦଳକୁ ହରାଇ ଭଦ୍ରକର ରୋଭର୍ସ କ୍ଲବ ଚମ୍ପିୟାନ ହୋଇଛି । ଚାନ୍ଦବାଲି ଫୁଟବଲ ଟିମ୍‌, ୟୁନାଇଟେଡ଼ କ୍ଲବ, ମାର୍କୋଣା, ବାସୁଦେବପୁର, ଯାଜପୁରର ମହାଲକ୍ଷ୍ମୀ ଟିମ୍‌, ବୈତରଣୀ ଫୁଟବଲ ଟିମ୍‌, ରୋଭର୍ସ କ୍ଲବ ଓ ହରିପୁର ଫୁଟ୍‌ବଲ କ୍ଲବକୁ ମିଶାଇ ମୋଟ ୮ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଦୀର୍ଘ ୭ ଦିନ ଧରି ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚ ଯାଜପୁରର ମହାଲକ୍ଷ୍ମୀ ଫୁଟ୍‌ବଲ ଟିମ ଓ ଭଦ୍ରକର ରୋଭର୍ସ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ରୋଭର୍ସ କ୍ଲବ ୧-୦ ଗୋଲରେ ଯାଜପୁରକୁ ପରାସ୍ତ କରି ଚମ୍ପିୟାନ ହୋଇଥିବା ବେଳେ ଯାଜପୁର ରନର୍ସଅପ୍ ହୋଇଛି । ରୋଭର୍ସ କ୍ଲବ ପକ୍ଷରୁ ମହମ୍ମଦ ସରଫରାଜ ବିଜୟୀ ଗୋଲ ପ୍ରଦାନ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା । ମୀର୍ଜା ଇଜାଜ ବେଗ, ଶେଖ ଜୁଲଫୁକାର, ମନୋରଂଜନ ବାରିକ ଏବଂ ତାଜୁଦ୍ଦିନ ଖାଁ ରେଫେରୀ ଭାବେ ମ୍ୟାଚ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ବିଜେଡି ନଗର ସଭାପତି ତାହେର ମହମ୍ମଦ, ଶେଖ ନିଜାମୁଦ୍ଦିନ, ଇକବାଲ ଖାଁ, ବାଇଧର ସାହୁ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ନଗଦ ରାଶି ୧୦ ହଜାର ଟଙ୍କା ଓ ରନର୍ସଅପ୍ ଦଳକୁ ଟ୍ରଫି ସହିତ ୭ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ରୋଭର୍ସ କ୍ଲବର ସଭାପତି ହାଜୀ କାଶିମ ଖାଁ, ହାଜୀ ଅନୱର ହୋସେନ, ଏସ୍‌.ଏମ୍‌. ଫାରୁକ, ଅବୁ ହୋସେନ ଖାଁ, ସବିର ଅଲୀ, ସେର ଖାଁ, ମଲ୍ଲିକ ଇସ୍‌ଲାମ, ମତଲୁବ ଅଲୀ, ମୀର୍ଜା ଫରିଦ୍ ବେଗ, କିତାବଲି ଲାଲା, ଶେଖ ଦିଲାୱାର, ମୀର ସମିର, ମୁନକା ଖାଁ, ମହେବୁବ ଖାଁ ଏବଂ ନାସିର ଅଲୀ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.