Home କେନ୍ଦୁଝର ଅମୃତପୁର ରାସ୍ତା ଅବସ୍ଥା ଶୋଚନୀୟ

ଅମୃତପୁର ରାସ୍ତା ଅବସ୍ଥା ଶୋଚନୀୟ

35

ହାଟଡ଼ିହି,୨୪ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ଅମୃତପୁର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଗୋଟିଏ ବର୍ଷାରେ ବହଳ ବହଳ କାଦୁଅ ହୋଇଥିବାବେଳେ ସାଇକେଲଟିଏ ନେଇକରି ଯିବା ସମ୍ଭପର ହେଉ ନାହିଁଁ । ଗାଁରେ ୮୦ରୁ ଉର୍ଦ୍ଧ ପରିବାରର ପାଖାପାଖି ୪୦୦ରୁ ଉର୍ଦ୍ଧ ଲୋକବସବାସ କରୁଥିବାବେଳେ ରତକଣା ଠାରୁ ଏକମାତ୍ର ରାସ୍ତା ଗାଁ ଭିତରକୁ ଯାଇଛି । ଯାହା ଉପରେ ସମ୍ପୁର୍ଣ୍ଣ ଗାଁ ସାରା ଲୋକ ନିର୍ଭର କରନ୍ତି । କିନ୍ତୁ ରାସ୍ତାର ଏପରି ଅବସ୍ଥା ଯୋଗୁଁ ଗାଁ ଲୋକେ ଏବେ ବାହାରକୁ ବାହାରି ପାରୁ ନାହାନ୍ତି । ଗତ ୨୦୧୯/୨୦ ଆର୍ôଥକ ବର୍ଷରେ ଏହି ରାସ୍ତାରେ ମୋରମ ପକାଯାଇ ରାସ୍ତାଟିକୁ ମରାମତି କରାଯାଇ ଥିବାବେଳେ ଗତବର୍ଷ ବନ୍ୟା ଓ ଚଳିତବର୍ଷ ବନ୍ୟାରେ ରାସ୍ତାଟି ବୁଡିଯାଇ ଧୋଇ ହୋଇଯାଇଥିବାରୁ ଏପରି ଅବସ୍ଥା ଘଟିଥିବା କୁହାଯାଉଛି । ବ୍ଲକ ପ୍ରଶାସନ ତୁରନ୍ତ ରାସ୍ତାଟି ପ୍ରତି ଦୃଷ୍ଟିଦେଇ ମରାମତି କରିବାକୁ ଭଗବାନ ଭୁତିଆ, ଚନ୍ଦ୍ରମଣି ଦାସ, ଚକ୍ରଧର ବାରିକ, ନାରଣ ଚନ୍ଦ୍ର ଦାସ, ଅନନ୍ତ ଦାସ, ଆନନ୍ଦ ଦାସ, ପଞ୍ଚାନନ ବାରିକ ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.