Home କେନ୍ଦୁଝର ଅମୃତପୁର କ୍ୱାରେଣ୍ଟାଇନର ଅନ୍ତେବାସୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା, ଗାଁକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

ଅମୃତପୁର କ୍ୱାରେଣ୍ଟାଇନର ଅନ୍ତେବାସୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଗଲା, ଗାଁକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

152

ହାଟଡିହି-୨୬/୫, ହାଟଡିହି ବ୍ଲକ ଅମୃତପୁର କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ କରୋନା ପଜେଟିଭ ଚିହ୍ନଟ ହେବାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି । ଜଣେ ୩୫ବର୍ଷୀୟ ତାମିଲନାଡୁ ଫେରନ୍ତା ଯୁବକ ଜଣକ ଗତ ୧୯ତାରିଖରେ ଆସି କ୍ୱାରେଣ୍ଟାଇନରେ ଥିବାବେଳେ ଅସୁସ୍ଥ ହୋଇପଡିବାରୁ ଗତ ୨୨ତାରିଖ ଦିନ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବା ସହ ସନ୍ଦେହ ହେବାରୁ ତାଙ୍କୁ କେନ୍ଦୁଝର ଅସ୍ଥାୟୀ ହସପିଟାଲକୁ ପଠାଇ ଦିଆଯାଇଥିଲା । ଗତକାଲି ତାଙ୍କର ରିପୋର୍ଟ ପଜେଟିଭ ଆସିଥିବା ବେଳେ ଆଜି ସରକାରୀ ଭାବେ ଏହା ଘୋଷଣା କରାଯାଇଛି । ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଅମୃତପୁର ଓ ଆୟତପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଓ ପଞ୍ଚାୟତରେ ଥିବା ସମସ୍ତ କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକୁ ବିଶୋଧନ କରାଯାଇଛି । ଅମୃତପୁର କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ୫ଜଣଙ୍କୁ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଆଶା ଅଙ୍ଗନବାଡି କର୍ମୀମାନେ ଗାଁରେ ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି । ତହସିଲଦାର ଉକ୍ତ ଗାଁକୁ ପରିଦର୍ଶନରେ ଯାଇ ଗାଁର ୩ଟି ରାସ୍ତାକୁ ସିଲ କରିବା ସହିତ ଗାଁକୁ କ୍ୱାଣ୍ଟେନମେଣ୍ଟ ଜୋନ ଘେଷଣା କରିଛନ୍ତି ବୋଲି ସରପଞ୍ଚ ଆନନ୍ଦ ଚନ୍ଦ୍ର ଦେହୁରୀ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.