Home କେନ୍ଦୁଝର ରାଘବପୁରରେ ବିନା ସୁରକ୍ଷା ବାଡାରେ ସଙ୍ଗରୋଧ କେନ୍ଦ୍ର

ରାଘବପୁରରେ ବିନା ସୁରକ୍ଷା ବାଡାରେ ସଙ୍ଗରୋଧ କେନ୍ଦ୍ର

139

ହାଟଡିହି-୨୬/୫, ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ରାଘବପୁର ସ୍କୁଲରେ କରାଯାଇଛି ସଙ୍ଗରୋଧ କେନ୍ଦ୍ର । ଏଠାରେ ସ୍କୁଲର ପାଚେରୀ ନଥିବାରୁ କିପରି ସଙ୍ଗରୋଧରେ ପ୍ରବାସୀ ଓଡିଆ ମାନେ ରହିବେ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଦୀର୍ଘ ଦିନ ପରେ ଗାଁକୁ ଫେରୁଥିବାରୁ ପାଚେରୀ କି ବାଡ ନଥିବାରୁ ସେମାନଙ୍କ ପରିବାର ଲୋକେ ନିଶ୍ଚୟ ତାଙ୍କ ସହିତ ମିଳାମିଶା କରିବେ ତେଣୁ କିଏ କିପରି ସେମାନଙ୍କୁ ଅଟକାଇବ ବୋଲି ଗାଁ ଲୋକେ କହିଛନ୍ତି । ଏଠାରେ ପାଇଖାନାର ସେପରି କୌଣସି ସୁବିଧା ନାହିଁ । ମାତ୍ର ଦୁଇଟି ପାଇଖାନା ଅଛି। ଫଳରେ ଏପରି ଏକ ସ୍କୁଲରେ କ୍ୱାରେଣ୍ଟାଇନ ସେଣ୍ଟର ପାଇଁ କୌଣସି ସୁବିଧା ନଥିବାବେଳେ କିପରି ଓ କାହା ଉଦ୍ଦେଶ୍ୟରେ କ୍ୱାରେଣ୍ଟାଇନ ସେଣ୍ଟର କରାଗଲା ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଆନନ୍ଦ ଚନ୍ଦ୍ର ଦେହୁରୀଙ୍କୁ ପଚାରିବାରେ ସେ ଆମ ପଞ୍ଚାୟତରେ ସେପରି ଘରର ସୁବିଧା ନଥିବାରୁ ବାଧ୍ୟ ହୋଇ କରିଛୁ । ଆଜି ବାଡବୁଜି ଏହାକୁ ଘେରାଉ କରାଯାଉଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.