Home ଜିଲ୍ଲା ପରିକ୍ରମା ଅମାନିଆଁଙ୍କୁ ସାବାଡ୍ କରିବାକୁ ଯାଇ ପୁଲିସ୍ ଓ ଜନସାଧାରଣ ମୁହାଁମୁହିଁ

ଅମାନିଆଁଙ୍କୁ ସାବାଡ୍ କରିବାକୁ ଯାଇ ପୁଲିସ୍ ଓ ଜନସାଧାରଣ ମୁହାଁମୁହିଁ

14

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର କରିଛନ୍ତି ବହୁ କଟକଣା । ଏପରିକି କରୋନାକୁ ମାତ୍ ଦେବାକୁ ଜାରି ରହିଛି ସଟଡାଉନ ଓ ଲକଡାଉନ୍ । ମାତ୍ର କେତେକ ଅମାନିଆ ଉକ୍ତ କଟକଣାକୁ ଫୁ କରି ଚାରିଆଡେ ବୁଲୁଛନ୍ତି । ଅନେକ ନକଲି କାର୍ଡ ପକାଇ ପୁଲିସ୍ ଆଖିରେ ଧୂଳି ଦେବାକୁ ପଛାଉନାହାଁନ୍ତି । ଏଭଳି ବହୁ ଅମାନିଆ ମୁହଁରେ ମାସ୍କ ଦେଉନଥିବାବେଳେ ପୁଲିସ୍ କେବଳ ହେଲମେଟ୍ ଚେକିଂ କରି ଛାଡିଦେଉଛି । ତେବେ ଏଭଳି ଅମାନିଆଁଙ୍କୁ ସାବାଡ୍ କରିବା ପାଇଁ ଏହି ଜିଲାର ବାସୁଦେବପୁରରେ ପୁଲିସ୍ ଓ ଅମାନିଆଁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ବାସୁଦେବପୁର ପୁଲିସ୍ ପାଟ୍ରୋଲିଂ କରୁଥିବାବେଳେ ଶୁକଦେବପୁର ଛକରେ ଜଣେ ଯୁବକ ରାସ୍ତା ଉପରେ ବାଇକ୍ ରଖି ଠିଆ ହୋଇଥିଲେ । ପୁଲିସ୍ ପଚାରିବାରୁ ଯୁବକ ଜଣକ ଯୁକ୍ତି କରିଥିଲା । ଫଳରେ ପୁଲିସ୍ ବାଇକ୍‌କୁ ଦୁଇ ପାହାର ପକାଇଥିଲେ । ଏହାକୁ ବିରୋଧ କରି ସାବରପୁରର କିଛି ଯୁବକ ଓ ମହିଳାମାନେ ପୁଲିସ୍ ସହିତ ଯୁକ୍ତି କରିଥିଲେ । ଏପରିକି ପରିସ୍ଥିତି ଏଭଳି ହୋଇଥିଲା ଯେ, ପୁଲିସ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମହୁିଁ ଗଣ୍ଡଗୋଳ ଘଟି ଉତ୍ତେଜନା ଲାଗି ରହିଥିଲା । ଏହା ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ପ୍ରଶମିତ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.