Home ଜିଲ୍ଲା ପରିକ୍ରମା ଅମଲାମାନଙ୍କ କଳାବ୍ୟାଚ୍ ପରିଧାନ

ଅମଲାମାନଙ୍କ କଳାବ୍ୟାଚ୍ ପରିଧାନ

33

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ମିଳିତ ଅମଲା ମଂଚର ଆହ୍ୱାନ କ୍ରମେ ଭଦ୍ରକ ଜିଲାର ୪୦ଟି ବିଭାଗର କାର୍ଯ୍ୟରତ ଜିଲାସ୍ତରୀୟ ଅମଲାମାନେ ଆଜି ପ୍ରତିକାତ୍ମକ ଭାବେ କଳାବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ସମର୍ଥନକୁ କରିଛନ୍ତି । ଆନ୍ଦୋଳନର ପ୍ରଥମ ଦିବସରେ ଅମଲାମାନଙ୍କ ମଧ୍ୟରେ ଏକ ଉନ୍ମାଦନା ଦେଖିବାକୁ ମିଳିଥିଲା । ଜିଲା ଅମଲା ମଂଚର ଅଧ୍ୟକ୍ଷ ଉଦୟ ନାରାୟଣ ପଣ୍ଡା, ଆବାହକ ରବିନ୍ଦ୍ରନାଥ ଦତ୍ତ, ଲଲାଟେନ୍ଦୁ ବେହେରା ଅମଲା ଭାଇଭଉଣୀମାନଙ୍କୁ ଆନ୍ଦୋଳନରେ ସାମିଲ ହେବା ନେଇ ଅଭିନନ୍ଦନ ଜଣାଇଥିଲେ । ଅମଲାଙ୍କ ସ୍ୱାର୍ଥ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜ ମଲ୍ଲିକ, ତପନ ସ୍ୱାଇଁ, ଅଜିତ୍ ଦାସ, ଲଲାଟେନ୍ଦୁ ସାମଲ ଓ ଶ୍ରୀପତି ବାବୁ ଅମଲା ସ୍ୱାର୍ଥ ରକ୍ଷାଲାଗି ଆସନ୍ତା ଦିନରେ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.