Home ଜିଲ୍ଲା ପରିକ୍ରମା ଅଭିରାମ ପଣ୍ଡା ସ୍ମୃତିସମ୍ମାନ ଉତ୍ସବ-୨୦୨୧

ଅଭିରାମ ପଣ୍ଡା ସ୍ମୃତିସମ୍ମାନ ଉତ୍ସବ-୨୦୨୧

21

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବାରିକପୁର ବଜାରରେ ଅଭିରାମ ପଣ୍ଡା ସ୍ମୃତି ସଂସଦ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ପ୍ରଦାନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଡଃ ଦୁଃଶାସନ ଓଝାଙ୍କ ସଭାପତିତ୍ୱରେ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବକୁ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ସାହିତ୍ୟିକ ପୁରୁଷୋତ୍ତମ ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ଭାସ୍କର ଦାସ, ମାନସ ପାତ୍ର, ସନ୍ତୋଷ ସାହୁ, ପ୍ରଦୀପ ଜେନା, ପ୍ରାଣଜୀବନ ବେହେରା, କରୁଣାକର ବାରିକ, ରବିନ୍ଦ୍ର ନନ୍ଦ, ଲକ୍ଷ୍ମୀଧର ମହାରଣା, ନିରଞ୍ଜନ ବିଶ୍ୱାଳ, ଶ୍ରୀକାନ୍ତ ପଣ୍ଡା, ଜୟଦେବ ସେନାପତି, ସୁବ୍ରତ ଦାସ ପ୍ରମୁଖ ସ୍ୱାର୍ଗତ ପ୍ରଧାନଶିକ୍ଷକଙ୍କ ଆଦର୍ଶ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ଭାବେ କବି ପୁରୁଷୋତ୍ତମ ରାଉତ ଓ ଶରତ କୁମାରୀ ପଣ୍ଡା ଯୋଗଦେଇଥିବା ବେଳେ ଶିକ୍ଷାବିତ ପ୍ରେମାନନ୍ଦ ନାୟକ ଓ ଡଃ ପ୍ରାଣାନନ୍ଦ ରଥଙ୍କୁ ୨୦୨୧ ବର୍ଷ ପାଇଁ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେଶ ପାତ୍ର ସ୍କୃତି ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ଏବଂ ଘନଶ୍ୟାମ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଡାକ୍ତର ନିରଞ୍ଜନ ଓଝା, ଅକ୍ଷୟ ମହାନ୍ତି, ପ୍ରସନ୍ନ ମହାପାତ୍ର, ଜଗବନ୍ଧୁ ରାଉତ, ସୁରେଶ ବେହେରା, ନାରାୟଣ ଥାଟୋଇ, ଶ୍ରୀକାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.