Home ଜିଲ୍ଲା ପରିକ୍ରମା ଜନବସତି ଅଂଚଳରେ ବେଆଇନ ଇଟାଭାଟି, ଜରିମାନାରେ ସିମିତ କାର୍ଯ୍ୟାନୁଷ୍ଠାନ

ଜନବସତି ଅଂଚଳରେ ବେଆଇନ ଇଟାଭାଟି, ଜରିମାନାରେ ସିମିତ କାର୍ଯ୍ୟାନୁଷ୍ଠାନ

60

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ପରିବେଶକୁ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ବେଳେ ତାଙ୍କର ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ହୋଇ ପାରୁ ନାହିଁ । ଯେପରିକି ଇଟାଭାଟି ପୋଡ଼ି ଯୋଗୁଁ ବାୟୁ ମଣ୍ଡଳ ପ୍ରଦୂଷଣ ହେବା ସହ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ସରକାର ଏଥିପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏହା ଏକ ବ୍ୟବସାୟରେ ପରିଣତ ହେଲାଣି । ବନ୍ତ ତହସିଲ ଅଧିନରେ ଥିବା ୨୫ଟି ପଞ୍ଚାୟତ ମଧ୍ୟରୁ ଏବେବି ମୁଖ୍ୟତଃ ଆଗରପଡ଼ା ଓ ତାର ଆଖପାଖ ଅଞ୍ଚଳ ଯଥା:- ମହାନ୍ତିପଡ଼ା, ସାହୁପଡ଼ା, କାଣ୍ଡବା, ଗୋପିନାଥପୁର, ଅଣିଜୋ ଆଦି ସାଳନ୍ଦି ନଦୀ କୂଳ ଗ୍ରାମର କୋଣ ଅନୁକୋଣରେ ଶହ ଶହ ବେଆଇନ ଇଟାଭାଟି ପୋଡ଼ା ଯାଉଥିବାର ଦେଖିବାକୁ ମିଳୁଛି । ତହସିଲଦାର ଓ ତାଙ୍କ କର୍ମଚାରୀ ଏହି ବିଷୟରେ ଅବଗତ ଥାଇ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଓ ପରୋକ୍ଷରେ ଇଟାଭାଟି ମାଲିକମାନଙ୍କୁ ସହଯୋଗ କରୁଥିବାର ଅଭିଯୋଗ ହେଉଛି ।

କେବଳ ହାତ ଗଣତି କେତେକ ଇଟାଭାଟି ମାଲିକଙ୍କ ଠାରୁ ରୟାଲିଟି ଓ ଜରିମାନା ଆଦାୟ କରି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ପ୍ରଶାସନ ପକ୍ଷରୁ ଚିମିନି ଭାଟି ଗୁଡ଼ିକୁ ବାର୍ଷିକ ଲିଜ ସୂତ୍ରରେ ଲାଇସେନ୍ସ ପ୍ରଦାନ କରାଯାଉଥିବା ବେଳେ ଏହି ସାଧାରଣ ଇଟାଭାଟି ପାଇଁ କୈାଣସି ସୁବିଧା ନାହିଁ । କେବଳ ରୟାଲିଟି ଓ ଫାଇନ ଆଦାୟ ବ୍ୟବସ୍ଥାରେ ଶହ ଶହ ଇଟାଭାଟି ପୋଡ଼ା ଚାଲିଛି । ଏହି ଫାଇନ ବ୍ୟବସ୍ଥା ପୁଣି କେତେକ ହାତଗଣତି ମାଲିକଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ବେଳେ ଅନେକ ଇଟା ମାଫିଆମାନେ ଲକ୍ଷ ଲକ୍ଷ ଇଟା ପୋଡ଼ି ଚାଲିଥିଲେ ମଧ୍ୟ ଇଟାମାଫିଆ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତାହା ସରକାରୀ ରେକର୍ଡ଼ ଭୁକ୍ତ ହେଉନଥିବା ଅଭିଯୋଗ ହେଉଛି । ଯାହା ଫଳରେ କିଛି ପ୍ରଶାସନିକ ଅଧିକାରୀ ଓ ଇଟା ମାଫିଆମାନେ ଏହି ବ୍ୟବସ୍ଥାକୁ ଅପଣାଇ ମାଲେମାଲ ହେଉଥିବାର ଚର୍ଚ୍ଚା ହେଉଛି । ଅପରପକ୍ଷରେ ନଦୀ ପଠାରୁ ମାଟି ଖନନ କରାଯାଇ ଏଥିରେ ବ୍ୟବହୃତ ହେଉଛି ଯଦ୍ୱାରା ନଦୀ କୁଳ ଖାଇ ଗ୍ରାମାଭିମୁଖୀ ହେବା ଯୋଗୁଁ ନଦୀ କୁଳିଆ ଗ୍ରାମକୁ ବିପଦ ସୃଷ୍ଟି କରୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.