Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ୨ୟ ଦିନରେ ୬ ପଞ୍ଚାୟତର ୭,୯୫୦ ସ୍ୱାସ୍ଥ୍ୟକାର୍ଡରୁ ବିତରଣ ହେଲା ୯୪

ଭଣ୍ଡାରିପୋଖରୀ – ୨ୟ ଦିନରେ ୬ ପଞ୍ଚାୟତର ୭,୯୫୦ ସ୍ୱାସ୍ଥ୍ୟକାର୍ଡରୁ ବିତରଣ ହେଲା ୯୪

28

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା, କୁରିଗାଁ, ରହଣିଆ, ମାଳଦା, ନପଙ୍ଗ ଓ ଷୋଳମପୁର ଆଦି ଛଅ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ ପ୍ରତୀକାତ୍ମକ ଭାବେ ଆଜି ବିତରଣ କରାଯାଇଛି । ଏହି ଛଅ ପଞ୍ଚାୟତର ମୋଟ ୭,୯୫୦ କାର୍ଡ ମଧ୍ୟରୁ ୯୪ କାର୍ଡ ଉତ୍ସବରେ ପ୍ରଦାନ କରାଯାଇଛି । ସରସଦା ପଞ୍ଚାୟତରେ ଅନୁଷ୍ଠିତ କାର୍ଡ ବିତରଣ ଉତ୍ସବରେ ସରପଞ୍ଚ ମଣିକାଞ୍ଚନ ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା ସଂଯୋଜନା କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି ମୁଖ୍ୟ ଅତିଥି ଓ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୧୭ଜଣ ହିତାଧିକାରୀଙ୍କୁ କାର୍ଡ ବିତରଣ କରିଥିଲେ । କୁରିଗାଁ ପଞ୍ଚାୟତରେ ସରପଞ୍ଚ ଜୟନ୍ତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ପ୍ରତିନିଧି ପ୍ରଣିତକାନ୍ତି ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ୨୦ଜଣଙ୍କୁ କାର୍ଡ ବିତରଣ କରିଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ନାୟକ ଉତ୍ôସବ ସଂଯୋଜନା କରିଥିଲେ । ରହଣିଆ ପଞ୍ଚାୟତରେ ସରପଞ୍ଚ ଅଲିଭା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଡିଓ ଦେବଦତ୍ତ ଦାଶ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ୧୭ଜଣଙ୍କୁ କାର୍ଡ ବିତରଣ କରାଯାଇଥିଲା । ମାଳଦା ପଞ୍ଚାୟତରେ ସରପଞ୍ଚ ରିତାଞ୍ଜଳୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୫ ଜଣ ହିତାଧିକାରୀଙ୍କୁ କାର୍ଡ ବିତରଣ କରାଯାଇଛି । ନପଙ୍ଗ ପଞ୍ଚାୟତରେ ସରପଞ୍ଚ କାମିନୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୧୫ଜଣ ହିତାଧିକାରୀଙ୍କୁ କାର୍ଡ ବିତରଣ କରାଯାଇଥିଲା । ଷୋଳମପୁର ପଞ୍ଚାୟତରେ ସରପଞ୍ଚ ଭାଗ୍ୟଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୨୦ଜଣ ହିତାଧିକାରୀଙ୍କୁ କାର୍ଡ ବିତରଣ କରାଯାଇଥିଲା । ସୋମବାର ରାମଚନ୍ଦ୍ରପୁର, ରଣଜିତ, ବାଲିପୋଖରୀ, ନିର୍ଗୁଣ୍ଡି, ଜଳମଣ୍ଡୁଆ ଓ ବିଷ୍ଣୁପୁର ପଞ୍ଚାୟତରେ କାର୍ଡ ବିତରଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.