Home ଜିଲ୍ଲା ପରିକ୍ରମା ଅବ୍ୟବସ୍ଥାରେ ପୁରୁଷଣ୍ଢ ସେବା ସମବାୟ ସମିତି

ଅବ୍ୟବସ୍ଥାରେ ପୁରୁଷଣ୍ଢ ସେବା ସମବାୟ ସମିତି

31

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୪୫ରୁ ଉର୍ଦ୍ଧ ଗ୍ରାମର ଚାଷୀ ନିର୍ଭର କରୁଥିବା ସେବା ସମବାୟ ସମମିତିରେ ସଂପାଦକ କିମ୍ବା କର୍ମଚାରୀ କେହିବି ଉପସ୍ଥିତ ରହୁନଥିନା ସ୍ଥଳେ କିପରି ଚାଲିଛି ସେବା ସମବାୟ ସମିତି,ଏହା ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାସ୍ଥ ପୁରୁଷଣ୍ଢ ସେବା ସମବାୟ ସମିତିରେ । ଉକ୍ତ ସେବା ସମବାୟ ସମିତି କାର୍ଯ୍ୟାଳୟରେ ସଂପାଦକଙ୍କ ସମେତ ଅନ୍ୟ କର୍ମଚାରୀ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ କ୍ରମଶଃ ବଢିବାରେ ଲାଗିଛି । ଏହି ଅଂଚଳରେ ଉକ୍ତ ସମବାୟ ସମିତି ଏକ ବଡ଼ ସମିତି । ବିଟିପୁର, ପୁରୁଷଣ୍ଢ, ମହାନ୍ତିପଡ଼ା, ଗୋପିନାଥପୁର, ବଡ଼ମହିଁଷଗୋଠ, ଚାରିଗାଁ ପଂଚାୟତ ସମେତ ବଡ଼ବର୍ଚ୍ଚିକୟାଁ,କାଦବରାଙ୍ଗ ଓ ଆଡ଼ିଆ ପଂଚାୟତର କିଛି ଗ୍ରାମର ଚାଷୀମାନେ ଏହି ସମବାୟ ସମିତି ଉପରେ ନିର୍ଭର କରିଥାନ୍ତି ।

ବର୍ତ୍ତମାନ ରବି ଚାଷ ପାଇଁ ସମିତି ମାଧ୍ୟମରେ ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଥିବା ବେଳେ ସଂପାଦକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବାରମ୍ବାର ବିନା ଛୁଟିରେ ଅନୁପସ୍ଥିତ ରହୁଥିବାରୁ ପ୍ରାୟ ୪୫ରୁ ଉର୍ଦ୍ଧ ଗ୍ରାମର ଚାଷୀମାନେ ନିରାଶ ହୋଇ ଫେରୁଥିବାର ଜଣାପଡ଼ିଛି । ତତ୍‌ସହିତ ଧାନ ବିକ୍ରୀ ପାଇଁ ଅନଲାଇନ କରିଥିବା ଚାଷୀ ଏଥି ସମ୍ବନ୍ଧୀୟ ବିଭିନ୍ନ ସୂଚନା ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି । ଗତ କିଛି ଦିନ ତଳେ ମଧ୍ୟ ସଂପାଦକ ଅନୁପସ୍ଥିତଯୋଗୁଁ ଚାଷୀ ମାନେ ସାର ନେବାକୁନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାଛଡ଼ା ଉକ୍ତ ସମବାୟ ସମିତିର ଜନୈକ ସଂପାଦକ ମଧ୍ୟ ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହୋଇଥିବାର ନଜିର ରହିଛି । ସମବାୟ ସମିତି ପରିସରରେ ନାନାଦି ଅନାବନା ଗଛ ଉଠି ଜଙ୍ଗଲମୟ ପରିବେଶ ସୃଷ୍ଟି ହେଲାଣି । ଏହିପରି ନାନାଦି ଅବ୍ୟବସ୍ଥା ମଧ୍ୟ ଦେଇ ସମବାୟ ସମିତି ଗତି କରୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଚାଷୀ ମାନଙ୍କ ପକ୍ଷରୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.