Home ଜିଲ୍ଲା ପରିକ୍ରମା ଅଭିରାମ ପଣ୍ଡା ସ୍ମୃତି ସମାରୋହ

ଅଭିରାମ ପଣ୍ଡା ସ୍ମୃତି ସମାରୋହ

37

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ଚିଙ୍ଗୁଡିପୁର କେନାଲଛକରେ ଥିବା ଆଞ୍ଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୂଳ ଆଶ୍ରମ ପରିସରରେ ଅଭିରାମ ପଣ୍ଡା ସ୍ମୃତି ସଂସଦର ତୃତୀୟ ବାର୍ଷିକ ସ୍ମୃତି ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି । ସଂସଦ ସଭାପତି ପ୍ରଭାକର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଇଂ ଅଭୟ ସୂତାର ମୁଖ୍ୟଅତିଥି, ଶଶିଶେଖର କରଶର୍ମା ମୁଖ୍ୟବକ୍ତା, ଶିକ୍ଷାବିତ ପ୍ରଭାତ କୁମାର ଖିଲାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ରଧାନଶିକ୍ଷକ ଅଭିରାମ ସାରଙ୍କ ଉତ୍ସର୍ଗୀକୃତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଘୁନାଥ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଖିଲାର, ଭାସ୍କର ଚନ୍ଦ୍ର ଦାସ, ପଦ୍ମଲୋଚନ ପାଣି, ଡା. ନିରଞ୍ଜନ ଓଝା, ପୁରୁଷୋତ୍ତମ ଧଳ, ପ୍ରଫୁଲ୍ଲ ସାହୁ, ରବିନ୍ଦ୍ର ନନ୍ଦ, ଅକ୍ଷୟ ବେହେରା, ନିରାକାର ନାୟକ, ପ୍ରଫୁଲ୍ଲ ବରାଳ, ସତ୍ୟନାରାୟଣ ନାୟକ, ହିମାଂଶୁ ପଣ୍ଡା ପ୍ରମୁଖ ସ୍ୱର୍ଗତ ପ୍ରଧାନଶିକ୍ଷକଙ୍କ ସ୍ମୃତିଚାରଣ କରିଥିଲେ ।

ଏହି ଅବସରରେ ଶିକ୍ଷାବିତ ପ୍ରେମାନନ୍ଦ ନାୟକ, ରବିନ୍ଦ୍ରନାଥ ପତି, ଶିକ୍ଷକ ଲକ୍ଷ୍ମୀଧର ମହାରଣା, ଶିକ୍ଷୟତ୍ରୀ ଟିକିଲତା ବେହେରା, ଶିଳ୍ପୀ ପ୍ରହ୍ଲାଦ ପାଣି, ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ନାଟ୍ୟକାର ନିର୍ମଳ ଚନ୍ଦ୍ର ରାଉତ, ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ବର୍ଷିଆନ ନାଟ୍ୟକାର ସୁଧାକର ନନ୍ଦ, ବରିଷ୍ଠ ସାମ୍ବାଦିକ ଡଃ ହରିହର ନାୟକ, ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତଥା ଓଡିଶା ପ୍ରଶାସନିକ ସେବା ଅଧିକାରୀ ଆଶିଷ କୁମାର ରାଉତ, ଗତ ମ୍ୟାଟ୍ରିକ ପରୀକ୍ଷାର ବିଷ୍ଣୁପୁର ପଞ୍ଚାତ ସର୍ବୋଚ୍ଚ ନମ୍ବରଧାରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ପଣ୍ଡାଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିର୍ମଳ ଚନ୍ଦ୍ର ନାୟକ ଅତିଥି ପରିଚୟ, ସାହିତ୍ୟିକ ନିତ୍ୟାନନ୍ଦ ରାଉତ ସ୍ୱାଗତ ସଙ୍ଗୀତ, ପ୍ରଫୁଲ୍ଲ କୁମାର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସ୍ମିତାରେଖା ପାତ୍ର କୃତଜ୍ଞତା ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.