Home ଓଡ଼ିଶା ଅବ୍ୟବସ୍ଥାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

ଅବ୍ୟବସ୍ଥାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

28

ନବରଙ୍ଗପୁର ୨୯/୦୩ (ଓଡ଼ିଆ ପୁଅ/ସୁଶାନ୍ତ ଗୌଡ଼) ସରକାର ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଭଳି ଅନେକ ଜନହିତକାରି ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି। ଏମିତି କି ସାଧାରଣ ଲୋକ ଟେ ହେଉ କି ଗରିବ କୁଲି ମଜୁରିଆ ଲୋକଟେ ହେଉ ସମସ୍ତଙ୍କ ସ୍ଵାସ୍ଥ୍ୟ ହିଁ ସମ୍ପଦ ବୋଲି ସରକାର ଘୋଷଣା କରିବା ସହିତ ଜଣେ ଲୋକ ବି ଯେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନ ହେବେ ସେଥିପାଇଁ ସ୍ଵାସ୍ଥ୍ୟ ଉପରେ ସରକାର ଅଧିକ ଗୁରୁତ୍ବ ଦେବା ସହିତ କିଭଳି ବିନା ଟଙ୍କାରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇବେ ସେ ନେଇ କଡ଼ା ନିର୍ଦ୍ଦେଶ ବି ଦିଆଯାଇଛି। ଯଦି ଚିକିତ୍ସାରେ କୌଣସି ଡ଼ାକ୍ତର ଅବହେଳା କରେ ତା ହେଲେ ଡାକ୍ତର ମାନଙ୍କୁ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏଭଳି ଚରମଵାଣି ଶୁଣାଇଛନ୍ତି ରାଜ୍ୟ ସରକାର। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଖିଲେ ସତେ ଯେମିତି ସରକାରଙ୍କ ଏ ବ୍ୟବସ୍ଥା ବିଫଳ ହୋଇଛି। ଦୀର୍ଘ ଦିନରୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅବ୍ୟବସ୍ଥାରେ ରହିଛି। ଯେମିତି କି ମେଡିକାଲର କାର୍ଯ୍ୟରତ କର୍ମଚାରୀମାନଙ୍କ ଗୃହରେ କୌଣସି ଫ୍ୟାନ୍ ଏବଂ ବିଜୁଳିବତୀର ବ୍ୟବସ୍ଥା କରାଯାଇନାହିଁ। ରୋଗୀମାନଙ୍କ ମହିଳା ଓ୍ଵାର୍ଡ଼ରେ ଚାରୋଟି ଫ୍ୟାନ ରହିଥିବା ସ୍ଥଳେ ତାହା ଅଚଳ ଅବସ୍ଥାରେ ରହିଛି। ପୁରୁଷରୋଗୀମାନଙ୍କ ଓ୍ଵାର୍ଡ଼ରେ ମହିଳା ଓ ପୁରୁଷ ଛୋଟ ଛୋଟ ପୁଅଝିଅ ମାନଙ୍କୁ ଗୋଟିଏ କୋଠରିରେ ରଖୁଛନ୍ତି। ମେଡ଼ିକାଲରେ ରୋଗୀ ମାନଙ୍କ ଶୌଚାଳୟ ଅଛି ହେଲେ ଵିଜୁଳି ନାହିଁ କି ପାଣି ର ବ୍ୟବସ୍ଥା ନାହିଁ। ଏ ସଵୁ ଜାଣି ନ ଜାଣିଲା ଭଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଵାହାଲି ରହିଛନ୍ତି। ତେବେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରେ ଅବହେଳା ଓ ନିଜର ଦାୟିତ୍ଵ ନିର୍ବାହ କରିଵାରେ ଅବହେଳା କରୁଥିବାରୁ ସରକାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.