Home କେନ୍ଦ୍ରାପଡ଼ା ଅବାଧ୍ୟ ଓ ମୁକ୍ତ ସମିତି ନିର୍ବାଚନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ବୁଥ୍ କରିବାକୁ ଦାବି

ଅବାଧ୍ୟ ଓ ମୁକ୍ତ ସମିତି ନିର୍ବାଚନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ବୁଥ୍ କରିବାକୁ ଦାବି

34

କେନ୍ଦ୍ରାପଡ଼ା, ୨୧ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନକୁ ଅବାଧ୍ୟ ଓ ମୁକ୍ତ କରାଯିବା ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଏକ ପାଖିଆ ଭାବେ ବଳିରାଜରେ କରାନଯାଇ ବଗଡା ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସମବାୟ ସମିତି କାର୍ଯ୍ୟାଳୟରେ କରାଯିବାକୁ ସ୍ଥାନୀୟ ସରପଞ୍ଚ ସୁବନୀ ସାହୁ ଓ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ପ୍ରାର୍ଥୀମାନେ ଦାବି କରିଛନ୍ତି। ଏନେଇ ଏକ ଅଭିଯୋଗ ପତ୍ର କେନ୍ଦ୍ରାପଡା ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କୁ ପ୍ରଦାନ କାରଯିବା ସହ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସମବାୟ ସମିତିର କୈାଣସି ଜୋନରେ ଭୋଟର ସଂଖ୍ୟା ହଜାରରୁ କମ ରହିଲେ ସମବାୟ ସମିତି କାର୍ଯ୍ୟାଳୟ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟରେ ବୁଥ୍ କରାଯିବାକୁ ନିୟମ ରହିଛି। କିନ୍ତୁ ବଗଡା ସମବାୟ ସମିତି ପକ୍ଷରୁ ବଳିରାଜ ଗ୍ରାମରେ ଏକ ଅସୁରକ୍ଷିତ ପରିତ୍ୟକ୍ତ ସ୍କୁଲ ଘରେ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିବାରୁ ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଓ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍କୁଲଘରର ଦାୟୀତ୍ୱ ସରପଞ୍ଚଙ୍କ ଠାରେ ନ୍ୟସ୍ତ ଥିବାବେଳେ ତାଙ୍କୁ ନଜଣାଇ ଏଭଳି ନିଷ୍ପତି ନିଆଯାଇ ଥିବାରୁ ଏହାକୁ ବାତିଲ କରାଯାଇ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସମବାୟ ସମିତି କାର୍ଯ୍ୟାଳୟରେ ଭୋଟ ଗ୍ରହଣ କେନ୍ଦ୍ର କରାଯିବାକୁ ସରପଞ୍ଚ ଶ୍ରୀ ସାହୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.